ରାଜଧାନୀରେ ହିଟ୍ ଆଣ୍ଡ୍ ରନ୍ ଘଟଣା; ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ

Key Points
ରାଜଧାନୀରେ ହିଟ୍ ଆଣ୍ଡ୍ ରନ୍ ଘଟଣା
ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ
ପୂର୍ବରୁ ମହିଳାଙ୍କ କୁନି ଝିଅର ଥାର୍ ଗାଡି ଧକ୍କାରେ ମୃତ୍ୟୁ ହୋଇଥିଲା
ରାଜଧାନୀରେ ହିଟ୍ ଆଣ୍ଡ୍ ରନ୍ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଛି । ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପୂର୍ବରୁ ମହିଳାଙ୍କ କୁନି ଝିଅର ଥାର୍ ଗାଡି ଧକ୍କାରେ ମୃତ୍ୟୁ ହୋଇଥିଲା । ଗତ ଶନିବାର ପାତ୍ରପଡାରେ ରେସିଂ କରୁଥିବାବେଳେ କୁନି ଝିଅ ସମେତ ତାଙ୍କ ମା' ଓ ଭାଇକୁ ଧକ୍କା ଦେଇଥିଲା ଥାର୍ ଗାଡି । ଘଟଣାସ୍ଥଳରେ କୁନି ଝିଅର ମୃତ୍ୟୁ ହୋଇଥିବାବେଳେ ଭାଇ ଓ ମା' ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କୁନି ଝିଅର ବାପା କନିଶନରେଟ ପୋଲିସର ହୋମଗାର୍ଡ ଭାବେ କାର୍ଯ୍ୟ କରନ୍ତି ।
ସେପଟେ ଏହି ଘଟଣା ପରେ ପାତ୍ରପଡାରେ ଏନଏଚ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ମହିଳାଙ୍କ ମୃତ୍ୟୁ ପରେ ଦେଖାଦେଇଥିଲା ଉତ୍ତେଜନା ପରିସ୍ଥିତି । ପରିବାର ଲୋକଙ୍କ ସହ ଅଞ୍ଚଳବାସୀ ଏକାଠି ହୋଇ ରାସ୍ତା ଉପରେ ଶବ ରଖି, ଟାୟାର ଜାଳି ପ୍ରତିବାଦ କରୁଥିଲେ । ଘଟଣାସ୍ଥଳରେ ଭୁବନେଶ୍ୱର DCP ପହଂଚି ସମସ୍ତଙ୍କୁ ବୁଝାଇବା ପରେ ହଟିଛି ରାସ୍ତା ଅବରୋଧ । ଦୋଷୀକୁ ଶୀଘ୍ର ଗିରଫ କରିବା ସହ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଡିସିପି ପ୍ରତିଶୃତି ଦେଇଛନ୍ତି ।