Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Accident

Bengali Actor / ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତା ରାହୁଲ ବାନାର୍ଜୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ

Rashmita Mishra
Browse all articles by Rashmita Mishra
·3 months ago·1 min read
ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତା ରାହୁଲ ବାନାର୍ଜୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ
Bengali Actor

Key Points

ଫିଲ୍ମ ସୁଟିଂ ବେଳେ ବଡ଼ ଅଘଟଣ
ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତା ରାହୁଲ ବାନାର୍ଜୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ
ତାଳସାରୀ ବେଳାଭୂମିରେ ଫିଲ୍ମ ସୁଟିଂ ସମୟରେ ଅଘଟଣ
ସୁଟିଂ କରୁଥିବା ସମୟରେ ଅସାବଧାନତା ବଶତଃ ବୋଟରୁ ଖସି ପଡିଥିଲେ

ଫିଲ୍ମ ସୁଟିଂ ବେଳେ ବଡ଼ ଅଘଟଣ । ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତା ରାହୁଲ ବାନାର୍ଜୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ । ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ଫିଲ୍ମ ସୁଟିଂ ସମୟରେ ଘଟିଛି ଏହି ଅଘଟଣ । ବୋଟରେ ସୁଟିଂ କରୁଥିବା ସମୟରେ ସେ ଅସାବଧାନତା ବଶତଃ ବୋଟରୁ ଖସି ପଡ଼ିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଉଦ୍ଧାର କରାଯାଇ ଦୀଘା ଷ୍ଟେଟ୍ ଜେନେରାଲ୍ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ମିଳିଥିବା ରିପୋର୍ଟ ଅନୁସାରେ, ରାହୁଲ ତାଲସାରୀରେ 'ଭୋଲେ ବାବା ପାର କରେଗା' ଧାରାବାହିକର ସୁଟିଂ ପାଇଁ ଯାଇଥିଲେ । ସୁଟିଂ ସମୟରେ ହିରୋ ହିରୋଇନ ଗୋଡ଼ ଖସି ଯିବାରୁ ପାଣିରେ ପଡିଯାଇଥିଲେ । ସଂଗେ ସଂଗେ ରାହୁଲକୁ ପାଣିରୁ ଉଦ୍ଧାର କରି ଦୀଘା ହସ୍ପିଟାଲ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାରେ ବେଙ୍ଗଲି ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

ଘଟଣାର ତଦନ୍ତ କରୁଛି ପୁଲିସ
ଘଟଣା ବିଷୟରେ ଅଧିକ ସୂଚନା ସଂଗ୍ରହ କରିବା ପାଇଁ ପଶ୍ଚିମବଙ୍ଗ ପୋଲିସ ଓଡ଼ିଶାର ବାଲେଶ୍ୱର ପୋଲିସ ସହିତ ଯୋଗାଯୋଗ କରୁଛି। ଘଟଣାର ପ୍ରକୃତ କାରଣ ଏବଂ କେମିତ ଏହା ଘଟିଲା ତାହା ବୁଝିବା ପାଇଁ ସ୍ଥାନୀୟ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଏପର୍ଯ୍ୟନ୍ତ କୌଣସି ଅତିରିକ୍ତ ସୂଚନା ମିଳିପାରି ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bengali Actor | Popular Bengali Actor Rahul Banerjee Passes Away Tragically | Argus News