Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ମହାରାଷ୍ଟ୍ର ଓ ଝାଡଖଣ୍ଡରେ ପଡ଼ିବ ଭୋଟ

argusnews

ଆଜି ମହାରାଷ୍ଟ୍ର ଓ ଝାଡଖଣ୍ଡରେ ପଡ଼ିବ ଭୋଟ

Smruti Parija
Browse all articles by Smruti Parija
·1 year ago·1 min read
ଆଜି ମହାରାଷ୍ଟ୍ର ଓ ଝାଡଖଣ୍ଡରେ ପଡ଼ିବ ଭୋଟ

ଅର୍ଗସ ବ୍ୟୁରୋ: ଆଜି ମହାରାଷ୍ଟ୍ର ଓ ଝାଡଖଣ୍ଡରେ ପଡ଼ିବ ଭୋଟ । ଝାଡ଼ଖଣ୍ଡରେ ଶେଷ ପର୍ଯ୍ୟାୟରେ ଅବଶିଷ୍ଟ ୩୮ ଆସନରେ ଭୋଟ ହେବ । ସେହିପରି ମହାରାଷ୍ଟ୍ରରେ ୨୮୮ ଆସନରେ ହେବ ମତଦାନ । ଉଭୟ ରାଜ୍ୟରେ ନଭେମ୍ବର ୨୩ରେ ଫଳାଫଳ ଘୋଷଣା ହେବ। ଗତ 13 ତାରିଖରେ ଝାଡ଼ଖଣ୍ଡରେ ଶେଷ ହୋଇଥିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୪୩ ସିଟ୍‌ରେ ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଥିଲା । ଏପଟେ ମହାରାଷ୍ଟ୍ରରେ ଏହି ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । 

ଦୁଇ ମେଣ୍ଟ ମହାୟୁତି ଓ ମହା ବିକାଶ ଅଘାଡି ମଧ୍ୟରେ ଜୋରଦାର ଲଢେଇ ହେଉଛି । ମହାୟୁତିରେ ରହିଛି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଓ ମହା ବିକାଶ ଅଘାଡିରେ ରହିଛି ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି । ବିଜେପି ନେତୃତ୍ୱାଧୀନ ମହାୟୁତିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧୀନରେ ଥିବା ଶିବସେନା ସାମିଲ୍ ହୋଇଥିଲା ବେଳେ ଉଦ୍ଧବ ଠାକରେଙ୍କ ଶିବସେନା ମହା ବିକାଶ ଅଘାଡିରେ ରହିଛି ।

ଏନସିପି ଓ ଶିବସେନା ଉଭୟ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛନ୍ତି । ଏହି ନିର୍ବାଚନରେ ବିଜେପି ୧୪୮ ଆସନରେ, ଶିନ୍ଦେଗୋଷ୍ଠୀ ଶିବସେନା ୮୦ ଆସନରେ ଓ ଅଜିତ୍ ପାୱାରଙ୍କ ଏନସିପି ୫୩ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । ଏପଟେ ଭୋଟ ଦେଇଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maharashtra and Jharkhand will vote today | Argus News