୩୧ ତାରିଖରେ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । ଉତ୍ତର ଓଡ଼ିଶା ଉପକୂଳ ରେ ସକ୍ରିୟ ଲଘୁଚାପ କ୍ଷେତ୍ର।ଅନ୍ୟପଟେ ଆସନ୍ତା ୩୧ ତାରିଖରେ ଆଉ ଏକ ଲଘୁଚାପର ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିବ। ଏହାସହ ମୌସୁମୀ ରେଖା ମଧ୍ୟ ସକ୍ରିୟ ରହିଚି। ଫଳରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ ।
୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ଦେଓଗଡ଼, ବୌଦ୍ଧ ଓ କଳାହାଣ୍ଡି ରେ ପ୍ରବଳ ବର୍ଷା ନେଇ ୟଲୋ ଆଲର୍ଟ ଜାରି ହୋଇଛି । ୨୪ ଘଂଟା ପରେ ଲଘୁଚାପ ଝାରଖଣ୍ଡ ମୁହାଁ ହେଲେ ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢିବ ।
ସେହିପରି ଆସନ୍ତାକାଲି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ, ନୂଆପଡ଼ା ଓ ନବରଙ୍ଗପୁର ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଚି । ଆସନ୍ତା ୩୧ ତାରିଖ ସକାଳ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ତେବେ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏଣୁ ଆସନ୍ତା ୨୪ ଘଂଟା ମତ୍ସ୍ୟଜିବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ସେପଟେ ଆସନ୍ତା ୩୧ ତାରିଖରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି ।