Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ଦୁର୍ଗମରେ ଆବାସ ପ୍ରହସନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦୁର୍ଗମରେ ଆବାସ ପ୍ରହସନ

ଅର୍ଗସ ବ୍ୟୁରୋ:  ଚାରିପଟ ଭଙ୍ଗା କାନ୍ଥ,ଗୋଟିଏ ଭଙ୍ଗା କବାଟ । ଆଉ ଏହାରି ଭିତରେ ବିତୁଛି ଦୁଇ ପ୍ରାଣୀ ଙ୍କ ଜୀବନ । ନା ଉପରେ ଅଛି ଛାତ ,ନା ଚାଳ ଛପର । ଦିନ ହେଲେ ଖରା  ଏବଂ ରାତି ହେଲେ ଚନ୍ଦ୍ରମାର କିରଣ। ନା ବସିବାକୁ ଅଛି ପିଣ୍ଡା,ନା ଶୋଇବାକୁ ଅଛି ଖଟ କି ଖଣ୍ଡିଏ ମଶିଣା। ଏମିତି ଦୁର୍ଦିନରେ କଟୁଛି ଏହି ଅସହାୟ ବିଧବା ବୁଢୀ ମା ଏବଂ ତାଙ୍କ ଅନ୍ଧୁଣି ଝିଅଙ୍କ ଜୀବନ। ଆମେ କହୁଛୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଭାଲିଆଡିହା ପଞ୍ଚାୟତ ମାଝିଆଣି ଗ୍ରାମର ବିଧବା ମହିଳା ସାଙ୍ଖ ବାସକଙ୍କ କଥା। ଏ ଚିତ୍ର ନିଶ୍ଚିତ ଭାବରେ ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ। ସତରେ ଭଗବାନଙ୍କର ବଡ଼  ବିଚିତ୍ର ଲୀଳା। କାହାକୁ ରାଜ ଉଆସର ସୁଖ ମିଳୁଛି ତ କାହା ଭାଗ୍ୟରେ ଖଣ୍ଡିଏ ଭଙ୍ଗା କୁଡ଼ିଆ ବି ନାହିଁ । କେମିତି ବଞ୍ଚିବେ ଏମାନେ। ଟାଣ ଖରାରେ ବି ସେହି ଭଙ୍ଗା ଘରେ ,ଭାରୀ ବର୍ଷାରେ ବି  ସେଇଠି। ଶୀତ, କାକର ସବୁ ସମୟରେ ସେହି ଭଙ୍ଗା ଘରେ ପଡ଼ି ରହିଛନ୍ତି । ଆଉ କେତେବେଳେ ଯେ ଏହି ଭଙ୍ଗା କାନ୍ଥରୁ ଇଟା ପଡ଼ିନଯିବ ତାହା ବି କହି ହେବ ନାହିଁ।

ଏ ବୁଢୀ ମା ର ଦୁଃଖ କହିଲେ ନ ସରେ , ଦୁଃଖର ପାହାଡ ଯେମିତି ଅଜାଡ଼ି ପଡ଼ିଛି ୟାଙ୍କ ମୁଣ୍ତ ଉପରେ। ପିଲା ମାନେ ବଡ ହୋଇଆସୁଥିବା ସମୟରେ ପ୍ରଥମେ ସ୍ୱାମୀଙ୍କୁ ହରାଇଲେ। ଦାରିଦ୍ର୍ୟତା ଏମିତି ଭାବରେ ଉଭା ହେଲା ଯେ ବଡ ଝିଅ ଛୋଟ ବେଳୁ ପରଘରେ ମୂଲଲାଗେ ଓ ସେଇଠି ରୁହେ। ପୁଣି ଦୁଇବର୍ଷ ତଳେ ପୁଅର ଅକାଳ ବିୟୋଗ ଘଟିଲା, ଆଉ ବଢିଲା ନ୍ଧୁଣି ଝିଅ ରାଣୀ ବାଶକକୁ ନେଇ ଦୟନୀୟ ଭାବେ ଭାଗ୍ୟକୁ ଆଦରି ଏଠାରେ ପଡିରାହିଛନ୍ତି।  ଅନ୍ଧୁଣି  ଝିଅକୁ ଛାଡ଼ି ଏଇ ବୟସରେ ମୂଲ ଲାଗିବା ପାଇ ଆଉ ଯାଇ ପାରୁନାହାନ୍ତି । ମାଗିଯାଚି ଯାହା ଖାଉଛନ୍ତି ,ଏପଟେ ଓଳିଏ ଖାଇଲେ ଦି ଓଳି ଉପାସ । ସେପଟେ ଝିଅର ଭତ୍ତା ତିନିମାସ ହେଲା ମିଳିନାହିଁ।  ପଞ୍ଚାୟତରୁ ବ୍ୟାଙ୍କ, ବ୍ୟାଙ୍କରୁ ପଞ୍ଚାୟତ ଦୌଡ଼ି ଦୌଡ଼ି ହନ୍ତସନ୍ତ ହେଲେଣି।

ପରପିଣ୍ଡାରେ ମା ଝିଅ ମୁଣ୍ତ ଗୁଞ୍ଜୁଥିବା ବେଳେ, ଆବାସ ଯୋଜନାରେ ଘର ଖଣ୍ଡେ ନିତ୍ୟାନ୍ତ ଆବଶ୍ୟକ ହୋଇ ପଡ଼ିଛି। ବିଧାୟକ କିମ୍ବା ପ୍ରସାଶନିକ ଅଧିକାରୀ ଏଯାଏଁ ଏ ବୁଢୀମାଙ୍କ ପାଖରେ ପହଞ୍ଚି ନାହାନ୍ତି। ସରକାର ତ ମାଳମାଳ ଯୋଜନା କରି ଖାଲି ବାହାବାହା ନେବେରେ ବ୍ୟସ୍ତ। କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା । ତେବେ ରାଜ୍ୟରେ ଏତେ ବର୍ଷର ସ୍ଥିର ସରକାର ପରେ ବି କାହିଁକି ଦେଖିବାକୁ ମିଳିଛି ଏଭଳି ଚିତ୍ର। କାହିଁକି ଏମାନଙ୍କୁ ମିଳିନି ଆବାସ ଯୋଜନାରେ ଘର। କାହିଁକି ସରକାର ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି। ସାଢେ 4 କୋଟି ମୋ ପରିବାର ବୁଲାଉଥିବା ବିଜେଡ଼ି ସରକାରଙ୍କର ଏମାନେ କଣ ପରିବାର ନୁହ୍ଁନ୍ତି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
awas yojana failed in rural area | Argus News