କାଲିଠୁ ରାଜ୍ୟରେ ଶୁଖିଲା ପାଗ

ଭୁବନେଶ୍ୱର: ବାତ୍ୟା ରେମାଲ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆଜି କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠୁ ରାଜ୍ୟରେ ଶୁଖିଲା ପାଗ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ମୌସୁମୀ ପୂର୍ବରୁ ବର୍ଷା ଏଯାଏଁ ହୋଇନି । ଆଗକୁ ପାଗ ଶୁଖିଲା ରହିବା ସହ ଆଦ୍ରତା ବୃଦ୍ଧି ପାଇପାରେ । କିଛି କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି ।
ବାତ୍ୟା ପ୍ରଭାବ ମୌସୁମୀ ବାୟୁ ଉପରେ ମଧ୍ୟ ପଡିନଥିବାରୁ ମଇ 31 ବା ଜୁନ 1 ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି । ଅନ୍ୟପଚେ ଆସନ୍ତା କାଲି ଠାରୁ ବଢ଼ିବ ପାରଦ । 2 ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । 31 ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ୍’ ବାଂଲାଦେଶ ଓ ପଶ୍ଚିମବଙ୍ଗରେ ମାଡ ହୋଇଛି । ବାତ୍ୟା ରେମାଲ ପ୍ରଭାବରେ ପଶ୍ଚିମବଂଗର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଗଛ ଉପୁଡି ଯିବାରୁ ଯାତାୟତ ପ୍ରଭାବିତ, ଅନେକ ଅଂଚଳରେ ଜମି ରହିଛି ପାଣି । NDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତକାଲି ବିଳମ୍ବିତ ରାତିରେ 6 ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ରବିବାର ମଧ୍ୟରାତ୍ରରେ ଏହି ଭୀଷଣ ବାତ୍ୟା ଖେପୁପାରା ଓ ସାଗର ଦୀପ ମଝିରେ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ରହିବ ଘଣ୍ଟାକୁ 130 କିଲୋମିଟରୁ ଅଧିକ ରହିଥିଲା।
