ଉତ୍ତର ଉପକୂଳ-ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା
·2 years ago·1 min read

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ କୋହଲା ପାଗ । ଦକ୍ଷିଣ ଛତିଶଗଡ଼ ବାୟୁମଣ୍ଡଳ ଉପରି ଭାଗରେ ଥିବା ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳ ବିଶେଷ ଭାବେ ଉତ୍ତର ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଦିଲ୍ଲୀରେ ପ୍ରବଳ ଶୀତ, ୟେଲୋ ଆଲର୍ଟ ଜାରି
ସେହିପରି ବଙ୍ଗୋପସାଗର ରେ ଥିବା ଏକ ଗୁରୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ଦେଖିବାକୁ ମିଳିବ । ୨୫ ତାରିଖ ସନ୍ଧ୍ୟା ଯାଏଁ ଏପରି ପାଗ ବଳବତ୍ତର ରହିବା ନେଇ କହିଛି ପାଣିପାଗ ବିଭାଗ । ୨୬ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ଆସିବା ସହ ରାତି ତାପମାତ୍ରା ସ୍ବଭାବିକଠୁ ସାମାନ୍ୟ କମ୍ ରହିବ ତଥା ସାମାନ୍ୟ ଥଣ୍ଡା ଅନୁଭୂତ ହେବ ଏବଂ ଦିନରେ ତାପମାତ୍ରା ବଦଳିବା ନେଇ କହିଛି ପାଣିପାଗ କେନ୍ଦ୍ର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: