Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ

Smruti Parija
Browse all articles by Smruti Parija
·1 year ago
ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ

ଅର୍ଗସ ବ୍ୟୁରୋ: ଘନୀଭୂତ ହେଉଛି ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ । ଦକ୍ଷିଣ ଚୀନ ସାଗରରେ ଅଶାନ୍ତ ହେଉଛି ସୁପର ଟାଇଫୁନ୍ ୟାଗି । ଲଘୁଚାପ ଏବଂ ସୁପର ଟାଇଫୁନ୍ ମଧ୍ୟରେ ଦୂରତା  ରହିଛି ୨ ହଜାର କିମି ।ନିକଟରେ ନଥିଲେ ବି ଉଭୟଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେଇଛି । 

ଲଘୁଚାପ ଆହୁରି ଘନୀଭୂତ ହେବାକୁ ବଳଗୋଟାଉଛି।ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ।ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଉପକୂଳ ରେ ହେବ ଅବପାତ।ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଅବପାତ।ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡଖଣ୍ଡ  ଦେଇ ଛତିଶଗଡ଼ ମୁହାଁ ହେବ।ପ୍ରଭାବରେ ୧୦ ତାରିଖ ପର୍ଯ୍ୟନ୍ତ ନିର୍ଧୁମ ବର୍ଷା ହେବ ।

ଆଜି ସମସ୍ତ ଉପକୂଳ ଜିଲ୍ଲାମାନଙ୍କରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା। ବିଶେଷକରି ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ ଏବଂ ଯାଜପୁର ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହେବ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Low pressure will turn into precipitation in two days | Argus News