Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ଆସନ୍ତା 24 ଘଣ୍ଟା ପାଇଁ 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Smruti Parija
Browse all articles by Smruti Parija
·1 year ago·2 min read
ଆସନ୍ତା 24 ଘଣ୍ଟା ପାଇଁ 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର:  ଝାଡଖଣ୍ଡ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ସହ ରାଜ୍ୟ ଉପରେ ମୌସୁମୀ ଟ୍ରପ ଲାଇନ୍ ସକ୍ରିୟ ରହିଛି । ଫଳରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତାକାଲି ସୁଦ୍ଧା ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଫଳରେ ଆସନ୍ତାକାଲି ଠାରୁ ବର୍ଷା ବଢିବ । ଅଗଷ୍ଟ ୩ ଯାଏଁ ଲାଗି ରହିବ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ୭ ଜିଲ୍ଲା କେନ୍ଦୁଝର, ଢେ଼ଙ୍କାନାଳ, ଅନୁଗୁଳ, ଯାଜପୁର , ଜଗତସିଂହପୁର, କେନ୍ଦ୍ରାପଡା, କଟକରେ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ସେହିପରି ପ୍ରବଳ ବର୍ଷା ପାଇଁ  ମୟୁରଭଂଜ, ସୁନ୍ଦରଗଡ, ବାଲେଶ୍ଵର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ, ପୁରୀ , ଦେଓଗଡ , ବୌଦ୍ଧ ନବରଙ୍ଗପୁର କୋରାପୁଟ   ଓ ମାଲକାନଗିରି ରେ ୟେଲୋ  ବର୍ଣ୍ଣିଙ୍ଗ  ଜାରି  କରିଛି  ପାଣିପାଗ  ବିଭାଗ । ଆସନ୍ତାକାଲି ଠାରୁ ବର୍ଷାର  ପରିମାଣ  ବଢିବାକୁ ଥିବା ବେଳେ ଦକ୍ଷିଣ ଓଡିଶା ସମେତ ସମ୍ପୂର୍ଣ୍ଣ ଉତ୍ତର ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ଦେଇଛି ବିଭାଗ ।

ଅତି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ଦେଓଗଡ,ଅନୁଗୁଳ, ଢେଙ୍କାନାଳ  ଓ ସମ୍ବଲପୁର ରେ ଏବଂ ପ୍ରବଳ ବର୍ଷା ପାଇଁ ବାଲେଶ୍ୱର ଭଦ୍ରକ, କେନ୍ଦ୍ରାପଡା, ଯାଜପୁର,  ଜଗତସିଂହପୁର, କଟକ, ମୟୁରଭଞ୍ଜ , ସୁନ୍ଦରଗଡ ,ଝାରସୁଗୁଡ଼ା, ସୋନପୁର, ବରଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୪୮୫.୩  ମିମି  ବର୍ଷା ରେକର୍ଡ ହୋଇଛି। ଏବେବି ୧୦  ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ଗୋଟିଏ ଜିଲ୍ଲା ମାଲକାନଗିରି ରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୫  ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। 

ଗତ ୨୪ ଘଣ୍ଟାରେ  ଓଡ଼ିଶାର  ଅନେକ ସହରରେ  ବର୍ଷା  ହୋଇଥିବା ବେଳେ ଗୋଟେ ସହରରେ  ଅତି ପ୍ରବଳ ଓ ୬ ସହରରେ  ପ୍ରବଳ ବର୍ଷା ହୋଇଛି ।  ଏହି କ୍ରମରେ ମୟୂରଭଞ୍ଜର ରାସଗୋବିନ୍ଦପୁରରେ  ସର୍ବାଧିକ  ୧୨୮.୦ ମିମି  ବର୍ଷା ରେକର୍ଡ କରାଯାଇଛି ।  

୩୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୁର୍ଣ୍ଣିବଳୟ
 

Sponsored