Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବ ଦାନା

argusnews

ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବ ଦାନା

Rashmita Mishra
Browse all articles by Rashmita Mishra
·1 year ago·1 min read
ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବ ଦାନା

ଅର୍ଗସ ବ୍ୟୁରୋ: ଅର୍ଗସ ବ୍ୟୁରୋ: ଆସିଲା ଭୀଷଣ ବାତ୍ୟା ଦାନାର ବଡ ଅପଡେଟ । ଲ୍ୟାଣ୍ଡଫଲ ପରେ ରିକର୍ଭ କରିବ ଭୀଷଣ ବାତ୍ୟା । ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବ ଦାନା । ଉତ୍ତର ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ହେବ ବର୍ଷା । ଭୀଷଣ ବାତ୍ୟା ଏବେ ପାରାଦୀପ ଠାରୁ ୨୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ । ଧାମରା ବନ୍ଦର ଠାରୁ ୨୯୦ କିମି ଦକ୍ଷିଣ ପୂର୍ବରେ ରହିଛି ବାତ୍ୟା । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ଦାନା । ଆଜି ମଧ୍ୟରାତ୍ରରେ ଭିତରକନିକା ଏବଂ ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ । ଲ୍ୟାଣ୍ଡଫଲ ପରେ ଭଦ୍ରକରୁ ରିକର୍ଭ କରି ଦକ୍ଷିଣ ଓଡିଶା ମୁହାଁଇବ କୁ ମୁହିଁଇବ । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଦେଇ ଅତିକ୍ରମ କରିବ ସିଷ୍ଟମ । ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର,ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା ରେ ଭୀଷଣ ବର୍ଷା । କାଲିଠୁ ଆଭ୍ୟନ୍ତରୀଣ ଓଡିଶା ର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ନୟାଗଡ଼ ଦେଇ ଅତିକ୍ରମ କରିବ ବାତ୍ୟାର ଅଂଶ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Recurve grain facing interior and south Odisha | Argus News