ଆଜି ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ
·2 years ago

ଅର୍ଗସ ବ୍ୟୁରୋ: ଆଜି ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଶେଷ ପର୍ଯ୍ୟାୟରେ 7ଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର 57ଟି ଲୋକସଭା ଆସନରେ ମତଦାନ । ଓଡ଼ିଶାର ୬, ଉତ୍ତରପ୍ରଦେଶର ୧୩, ପଞ୍ଜାବର ୧୩, ପଶ୍ଚିମବଙ୍ଗର ୯, ବିହାରର ୮, ହିମାଚଳପ୍ରଦେଶର 4, ଝାଡଖଣ୍ଡର ୩ଟି ଏବଂ ଚଣ୍ଡିଗଡ଼ର ଗୋଟିଏ ଲୋକସଭା ଆସନରେ ଭୋଟ୍ । 904 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ତେବେ ଶେଷ ପର୍ଯ୍ୟାୟରେ ମଇଦାନରେ ଅଛନ୍ତି ବହୁ ହେଭିୱେଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଭିନେତ୍ରୀ କଙ୍ଗନା ରଣାୱତ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ, ଭୋଜପୁରୀ ଅଭିନେତା ପୱନ ସିଂଙ୍କ ସମେତ ବହୁ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: