Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 25 ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୱାଲଟିୟର ଡିଭିଜନ୍ ଡିଆରଏମ

argusnews

25 ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୱାଲଟିୟର ଡିଭିଜନ୍ ଡିଆରଏମ

Smruti Parija
Browse all articles by Smruti Parija
·1 year ago·1 min read
25 ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୱାଲଟିୟର ଡିଭିଜନ୍ ଡିଆରଏମ

ଅର୍ଗସ ବ୍ୟୁରୋ: ସିବିଆଇ ପଞ୍ଝାରେ ଇଷ୍ଟକୋଷ୍ଟ ରେଲୱେ ଡିଆରଏମ୍ ।  25 ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୱାଲଟିୟର ଡିଭିଜନ୍ ଡିଆରଏମ ସୌରଭ ପ୍ରସାଦ । ମୁମ୍ବାଇ ସ୍ଥିତ ଏକ ଘରୋଇ ଫାର୍ମ ମାଲିକଙ୍କଠାରୁ ଲାଞ୍ଚ ନେବାବେଳେ ମାଡ଼ି ବସିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଘଟଣାରେ ପୁଣେ ସ୍ଥିତ ଆଉ ଏକ ଫାର୍ମ ମାଲିକଙ୍କୁ ବି ଗିରଫ କରିଛି ସିବିଆଇ।

ଭାରତୀୟ ରେଳ ମେକାନିକାଲ ଇଞ୍ଜିନିୟରିଂ ସର୍ଭିସର 1991 ବ୍ୟାଚ ଅଧିକାରୀ ପ୍ରସାଦ ପୂର୍ବ ତଟ ରେଳବାଇ ଦ୍ୱାରା ପ୍ରଦାନ କରାଯାଇଥିବା ଚୁକ୍ତିନାମାରେ ଖରାପ ପ୍ରଦର୍ଶନ ପାଇଁ ଜରିମାନା ହ୍ରାସ କରିବା ଏବଂ 3 କୋଟି 17 ଲକ୍ଷ ଟଙ୍କାର ବିଲ୍ ପାସ୍ କରାଇବାକୁ ଲାଞ୍ଚ ନେଉଥିଲେ ଡିଭିଜନ୍ ଡିଆରଏମ। ବିଶାଖାପାଟଣମରେ ଥିବା ଡିଆରଏମଙ୍କ ଘରୁ 87 ଲକ୍ଷ 6 ହଜାର ଟଙ୍କା ଏବଂ 72 ଲକ୍ଷ ଟଙ୍କାର ଗହଣା ମଧ୍ୟ ଜବତ ହୋଇଛି।  

ଘଟଣାରେ ସିବିଆଇ ସଂପୃକ୍ତ ଡିଆରଏମଙ୍କ ସହ ଅନ୍ୟ ଦୁଇଟି ଫାର୍ମ ମାଲିକଙ୍କ ନାଁରେ ଅପରାଧୀକ ଷଡଯନ୍ତ୍ର ଏବଂ ଦୁର୍ନୀତିରେ ଲିପ୍ତ ଅଭିଯୋଗରେ ମାମଲା ରୁଜୁ କରି ଅଧିକ ଖୋଳତାଳ କରୁଛି । ଶନିବାର ସିବିଆଇ ମୁମ୍ବାଇ, ବିଶାଖାପାଟନମ୍, ପୁଣେ, ଭଦୋଦରା ଏବଂ କୋଲକାତାର 11ଟି ସ୍ଥାନରେ ଚଢାଉ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Waltair Division DRM caught taking bribe of Rs 25 lakh | Argus News