|
logo
Live

Argus News - Cyclone depression Over Bay of Bengal: ବାତ୍ୟାର ନାଁ ଫେଙ୍ଗାଲ

Odisha

Odisha Cyclone News / Cyclone depression Over Bay of Bengal: ବାତ୍ୟାର ନାଁ ଫେଙ୍ଗାଲ

Smruti Parija
Browse all articles by Smruti Parija
·1 year ago·2 min read
Cyclone depression Over Bay of Bengal: ବାତ୍ୟାର ନାଁ ଫେଙ୍ଗାଲ

Key Points

ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ବର୍ତ୍ତମାନ ଗଭୀର ଅବପାତଟି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇଛି ।

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ବର୍ତ୍ତମାନ ଗଭୀର ଅବପାତଟି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟାର ନାଁ ଫେଙ୍ଗାଲ ରହିଥିବା ବେଳେ ଏହାର ନାମକରଣ କରିଛି ସାଉଦି ଆରବ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ଗଭୀର ଅବପାତ । ବର୍ତ୍ତମାନ ନାଗାପାଟନମ୍ ୫୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି । ଚେନ୍ନାଇ ଉପକୂଳ ଠାରୁ ୮୦୦ କିଲୋମିଟର ଦୂରରେ ରହିଛି । 

୨୯ ତାରିଖ ମଧ୍ୟରେ ବାତ୍ୟାଟି ତାମିଲନାଡୁ ଏବଂ ଶ୍ରୀଲଙ୍କା ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ଆଇଏମଡି । ତେବେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । କିନ୍ତୁ ବାତ୍ୟା ପ୍ରଭାବରେ କୋହଲା ପାଗ ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

ବିଶେଷ କରି ୨୮ ତାରିଖରୁ ୩୦ ନଭେମ୍ବରରେ ସାମୁଦ୍ରିକ ବାୟୁର ପ୍ରଭାବ ରହିବ । ଉପକୂଳ ଓ ଦକ୍ଷିଣ ଜିଲ୍ଲା ତଥା କିଛି ସଂଲଗ୍ନ ଜିଲ୍ଲା ଯଥା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡାର କିଛି କିଛି ଅଂଚଳମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ବର୍ଷା ପରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଶୀତ କମିବା ସହ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ସେହିଭଳି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ, କଳାହାଣ୍ଡି ଏବଂ କନ୍ଧମାଳରେ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ଅଧିକାଂଶ ଜିଲ୍ଲାମାନଙ୍କରେ ଖରିଫ ଧାନ ଅମଳ କାର୍ଯ୍ୟକ୍ରମ ଚାଲୁଥିବାରୁ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । 
 

Sponsored
Odisha Cyclone News: Cyclone depression Over Bay of Bengal: ବାତ୍ୟାର ନାଁ ଫେଙ୍ଗାଲ | Argus News