|
logo
Live

Argus News - ୯ ସଂଖ୍ୟା ଉପରେ ବିଜେଡିର ଭରସା ! ହେଲେ କାହିଁକି ?

article

୯ ସଂଖ୍ୟା ଉପରେ ବିଜେଡିର ଭରସା ! ହେଲେ କାହିଁକି ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
୯ ସଂଖ୍ୟା ଉପରେ ବିଜେଡିର ଭରସା ! ହେଲେ କାହିଁକି ?

Key Points

  • ନମ୍ବର ୯ ଥିଓରୀ ବିଜେଡି ପାଇଁ ଭରସା !
  • ନବଗ୍ରହ ସଂଖ୍ୟାକୁ ବିଶ୍ଵାସ କରୁଛି କି ବିଜେଡି ?
  • ଗତକାଲ ବି ସେଇ ୯ ପ୍ରାର୍ଥୀ ଘୋଷଣା କଲା
     

ଅର୍ଗସ ବ୍ୟୁରୋ : ନବଗ୍ରହ ବିଜେଡିକୁ ଭରସା । କାହିଁକିନା ଦଳରେ ଏବେ ସ୍ଥିତି ଯାହା ସେଥିରୁ ଗୋଟିଏ କଥା ଜଳଜଳ ହୋଇ ଦିଶୁଛି କି ୨୪ ନିର୍ବାଚନ ଜିତିବା ବିଜେଡି ଲାଗି ସହଜ ନୁହେଁ । ସେଇଥି ଲାଗି ତ ଭାବିଚିନ୍ତି ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛି ବିଜେଡି । କାରଣ ଦଳ ବର୍ତ୍ତମାନ ସୁଦ୍ଧା ୫ଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଥିଲେ ବି ସବୁ ଘୋଷଣାରେ ନମ୍ବର ନାଇନ ଉପରେ ବିଶେଷ ଗୁରୁତ୍ଵ ଦେଉଛି ଦଳ । 

ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା। ସାତରେ ଦୁଇ ମିଶାଇଲେ ଫଳ ଆସୁଛି ୯। ସେହିପରି ପ୍ରଥମ ପର୍ଯ୍ୟାୟରେ ୯ ସାଂସଦଙ୍କ ନାଁ ବି ଘୋଷଣା ହେଲା। ଦ୍ୱିତୀୟ ପର୍ଯ୍ୟାୟରେ ଦଳ ବିଧାନସଭା ଆସନ ପାଇଁ ୨୭ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା। ଏଠି ବି ଫଳ ୨ ରେ ୭ ମିଶିଲେ ୯ । ସେହିପରି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ବିଜେଡି ୯ଟି ଲେଖାଏଁ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ଘୋଷଣା କରିଥିଲା । ମୋଟ ୪ଟି ପର୍ଯ୍ୟାୟରେ ଦଳ ୧୧୭ ଆସନରେ ପ୍ରାର୍ଥୀ ଦେଇଥିଲା । ୧୧୭ର ସବୁ ଘର ଅଙ୍କକୁ ମିଶାଇଲେ ଫଳ ବି ଆସୁଛି ୯। ଗତକାଲି ପଞ୍ଚମ ପର୍ଯ୍ୟାୟରେ ବି ଦଳ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏହା ସହ ବର୍ତ୍ତମାନ ସୁଦ୍ଧା ବିଜେଡି ଘୋଷଣା କରିଥିବା ମୋଟ ଆସନ ସଂଖ୍ୟା ହେଉଛି ୧୨୬ । ତେବେ ୧୨୬ର ସମସ୍ତ ଘର ସଂଖ୍ୟା ମିଶାଇଲେ ୯ ହେଉଛି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବିଜେଡିରେ ପାଖାପାଖି ୧୦ ହଜାରରୁ ଅଧିକ ଆଶାୟୀ ରହିଥିବା ନେଇ ପୂର୍ବରୁ ଖୋଦ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ । ଖାଲି କହିଥିଲେ ତାହା ନୁହେଁ ବରଂ ଟ୍ଵିଟ ବି କରିଥିଲେ । ଯେଉଁଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ବିଜେଡିରେ ମାଳମାଳ ଆଶାୟୀ ଅଛନ୍ତି । ହେଲେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜଣଙ୍କ ପରେ ଜଣେ ନେତା ଦଳ ଛାଡିଥିଲେ । ତେଣୁ ଚିନ୍ତାରେ ପଡିଥିଲେ ବିଜେଡି ସୁପ୍ରିମୋ । ତେଣୁ ଏବେ କାଳେ ଭାବିଚିନ୍ତି ଦଳ ପ୍ରାର୍ଥୀ ଘୋଷଣା କରୁଥିବା ଚର୍ଚ୍ଚା ଜୋର ଧରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
୯ ସଂଖ୍ୟା ଉପରେ ବିଜେଡିର ଭରସା ! ହେଲେ କାହିଁକି ? | Argus News