କକ୍ ଟେଲ ପାର୍ଟିରେ ରିହାନା :-
ମାର୍ଚ୍ଚ 1 ରୁ ମାର୍ଚ୍ଚ 3 ପର୍ଯ୍ୟନ୍ତ ଗୁଜୁରାଟର ଜାମନଗରରେ ଅନୁଷ୍ଠିତ ହୋଇଥିବା ପାର୍ଟିର ପ୍ରଥମ ଦିନରେ କକଟେଲ୍ ପାର୍ଟି ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆନ୍ତର୍ଜାତୀକ ପପ୍ ଷ୍ଟାର ରିହାନା ଗୀତ ଗାଇ ନାଚିଥିଲେ । ରିହାନା ତାଙ୍କର ଲୋକପ୍ରିୟ ଗୀତ ୱାଇଲ୍ଡ ଥିଙ୍ଗସ୍ ,ଚା ଅପ୍ ଏବଂ ହୀରା ଗୀତରେ ଜବରଦସ୍ତ ନାଚିଥିଲେ । ଏପରିକି ଶାହାରୁଖ ଖାନ, ରଣଭୀର ସିଂ, ଦୀପିକା ପାଦୁକୋନ ଏବଂ ପ୍ରସିଦ୍ଧ ନୃତ୍ୟ କୋରିଓଗ୍ରାଫର ଶିଆମାକ ଡାଭାର ରିହାନାଙ୍କ ଗୀତରେ ନାଚିବାକୁ ଲାଗିଥିଲେ । ମଞ୍ଚରେ ଅମ୍ବାନୀ ପରିବାର ସହ ରିହାନା ମଧ୍ୟ ମଜା କରିଥିଲେ ।
ରିହାନା ଏହି ପାର୍ଟିରେ ଗୀତ ଗାଇ ଵିପୁଳ ପରିମାଣର ଟଙ୍କା ନେଇଥିଲେ । ତେବେ ରିହାନ୍ନା ପ୍ରି-ୱେଡିଂ ପାର୍ଟି ପାଇଁ ପାଇଁ ପ୍ରାୟ 8 ମିଲିୟନ୍ ଡଲାର୍ ନେଇଛନ୍ତି । ଯାହା ଭରତୀୟ ମୁଦ୍ରା ହିସାବରେ ପ୍ରାୟ 54 ରୁ 74 କୋଟି ଟଙ୍କା ବୋଲି କୁହାଯାଉଛି । ଜାଣାପଡିଛି କି ରହାନାଙ୍କ ଅଭିନୟରେ ଅମ୍ଵାନୀ ତାଙ୍କୁ ଏକ ହୀରା ଲାଗିଥିଵା ଛତା ଉପହାର କରିଛନ୍ତି । ଏହାକୁ ସେ ମଧ୍ୟ ଗ୍ରହଣ କରିଛନ୍ତି ।
ରିହାନା କେବଳ ତାଙ୍କ ଅଭିନୟ ସମୟରେ ମଜା କରିନଥିଲେ ବରଂ ପରେ ବଲିଉଡ ଗୀତରେ ନାଚିଲେ । ରିହାନାଙ୍କ ପାପାରାଜି ଭିଡିଓ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ରିହାନା ଜାମନଗର ବିମାନବନ୍ଦରରେ ପୋଲିସ କର୍ମଚାରୀଙ୍କୁ ଆଲିଙ୍ଗନ କରିଥିଲେ । ସେଠାରେ ଉପସ୍ଥିତ ଥିବା ପାପାରାଜିଙ୍କ ସହ ବହୁତ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କ ସହିତ ଫଟୋ ମଧ୍ୟ ଉଠେଇଥିଲ । ପାପାରାଜି ରିହାନାଙ୍କୁ କିଛି ପ୍ରଶ୍ନ କରିଥିଲେ । ଆପଣ ଭାରତକୁ ଭଲ ପାଆନ୍ତି କି? ରିହାନା କହିଲେ ମୁଁ ଭାରତକୁ ବହୁତ ଭଲ ପାଏ । ଆଉ ଏହା ମଧ୍ୟ କହିଲେ ମୁଁ ଗତ କିଛି ଦିନ ହେଵ ଏପରି ଶୋ କିରିନଥିଲି ,ମୋତେ ଏଇଟା ଵହୁତ ଭଲ ଲଗିଲା । ମୁଁ ନିଶ୍ଚିତ ଭାଵେ ଆଉ ଥରେ ଭାରତକୁ ଆସିଵାକୁ ଚାହେଁ ।
ରିହାନାଙ୍କ ପ୍ରକୃତ ନା ହେଉଛି ରବିନ୍ ରିହାନ୍ନା ଫେଣ୍ଟି । ରିହାନା ୧୯୮୮ ମସିହା ଫେବୃଆରୀ ୨୦ ବାରବାଡୋସରେ ଜନ୍ମ ହୋଇଥିଲେ । ସେ ୧୫ ଵର୍ଷ ଵୟସରେ ସଂଗୀତ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୭ ମସିହାରେ ତାଙ୍କର "ଗୁଡ୍ ଗର୍ଲ ଗୀତ" ଵିଶ୍ଵସ୍ତରୀୟ ସମ୍ମାନ ପାଇଥିଲେ । ରିହାନା ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ 20 କୋଟିରୁ ଅଧିକ ମ୍ୟୁଜିକ୍ ବିକ୍ରି କରିଛନ୍ତି । ସେ ୩୩ ଵର୍ଷ ଵୟସରେ କୋଟିପତି ହୋଇଥିଲେ । ଏହା ସହିତ ସେ ଅନେକ ପୁରସ୍କାର ମଧ୍ୟ ଜିତିଥିଲେ ।