ଫେବୃଆରୀ ୨୧ରେ ବିବାହ କରିବେ ଜ୍ୟାକି-ରକୁଲ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ରକୁଲ ପ୍ରିତ ସିଂ ଏବଂ ଚଳଚ୍ଚିତ୍ର ନିର୍ମାତା ଜ୍ୟାକି ଭଗ୍ନାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କପଲଙ୍କ ଘରେ ବିବାହର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ସେମାନଙ୍କ ବିବାହର ନୂଆ ଅପଡେଟ ଆସୁଛି। ସୋମବାର ସକାଳେ ଯେଉଁଠାରେ ସେମାନଙ୍କ ବିବାହ କାର୍ଡର ଫଟୋ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହି ବିବାହ ସମ୍ବନ୍ଧରେ ଆଉ ଏକ ଅପଡେଟ ବାହାରିଛି। ଏହି କପଲ ସେମାନଙ୍କର ଇକୋ ଫ୍ରେଣ୍ଡଲି ମ୍ୟାରେଜ କରିବାକୁ ଯାଉଛନ୍ତି।
ସାଇବର ଅପରାଧର ଶିକାର ହେଲେ ମହେଶ ନନ୍ଦିନୀ
କିଛି ସମୟ ପାଇଁ ଇକୋ ଫ୍ରେଣ୍ଡଲି ବିବାହ ହେବାର ଧାରା ବହୁତ ବୃଦ୍ଧି ପାଇଛି। ଯେଉଁଥିରେ କପଲ ପ୍ରକୃତିକୁ ଧ୍ୟାନରେ ରଖି ନିଜ ମ୍ୟାରେଜ ବିବାହ ପରିଚାଳନା କରନ୍ତି। ଏହି ଧାରାକୁ ଅନେକ ସାଧାରଣ ଲୋକ ତଥା ସେଲିବ୍ରିଟିମାନେ ମଧ୍ୟ ଗ୍ରହଣ କରିଛନ୍ତି। ବର୍ତ୍ତମାନ ରକୁଲପ୍ରିତ ସିଂ ଏବଂ ଫିଲ୍ମ ନିର୍ମାତା ଜ୍ୟାକି ଭଗ୍ନାନୀ ମଧ୍ୟ ତାହା କରିବାକୁ ଯାଉଛନ୍ତି। ଏହି କପଲ ସମସ୍ତ ଅତିଥିଙ୍କୁ କେବଳ ଇ-କାର୍ଡ ପଠାଇଛନ୍ତି। ଏହାବ୍ୟତୀତ ବିବାହରେ କୌଣସି ପ୍ରକାରର ଆତସବାଜୀ ହେବନି।
ଶୁଣିବାକୁ ମିଳୁଛି କପଲ ନିଜ ମ୍ୟାରେଜରେ ଗଛ ଲଗାଇବାକୁ ଯାଉଛନ୍ତି। ଏବିଷୟରେ ଦୁହିଁଙ୍କର ସବୁ ପ୍ଲାନିଂ ସରିଛି। ଫେବୃଆରୀ ୨୧ରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ଶୁଣିବାକୁ ମିଳୁଛି।