NDRRMA ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪୪ ଟି ଘଟଣା ପଞ୍ଜିକୃତ ହୋଇଛି । ନେପାଳ ଗୃହ ମନ୍ତ୍ରଣାଳୟ ରପୋର୍ଟ ଅନୁଯାୟୀ, ମୌସୁମୀ ସକ୍ରିୟ ହେବାର ୧୭ ଦିନ ମଧ୍ୟରେ ୨୮ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷାରେ ୩୩ଟି ଜିଲ୍ଲା ପ୍ରଭାବିତ ହୋଇଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅର୍ଗସ ବ୍ୟୁରୋ: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ୧୪ ଜଣଙ୍କ ମୃତ୍ୟୁ । ପ୍ରବଳ ବର୍ଷା, ବଜ୍ରପାତ ସହ ଭୂସ୍ଖଳନରେ ଶହ ଶହ ଲୋକ ବାସହରା ହେବା ସହ 30ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ ଅନୁଯାୟୀ ଦେଶର ବିଭିନ୍ନ ଅଞ୍ଚଳରେ ରେକର୍ଡ ପରିମାଣ ବର୍ଷା ହୋଇଛି । ଭୂସ୍ଖଳନରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବଜ୍ରପାତରେ ୫ ଓ ବନ୍ୟାରେ ଜଣଙ୍କର ମୃତ୍ୟୁ ହୋଇଛି ।
NDRRMA ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪୪ ଟି ଘଟଣା ପଞ୍ଜିକୃତ ହୋଇଛି । ନେପାଳ ଗୃହ ମନ୍ତ୍ରଣାଳୟ ରପୋର୍ଟ ଅନୁଯାୟୀ, ମୌସୁମୀ ସକ୍ରିୟ ହେବାର ୧୭ ଦିନ ମଧ୍ୟରେ ୨୮ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷାରେ ୩୩ଟି ଜିଲ୍ଲା ପ୍ରଭାବିତ ହୋଇଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଯାଇ ୫ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି। ପାହାଡ଼ ଉପରକୁ ଯାଇ ଆଉ ଫେରିପାରୁନାହାନ୍ତି ଛାତ୍ର ମାନେ। ବାଟ ନ ପାଇବାରୁ ଘରକୁ ଫୋନ କରି ଜଣାଇଛନ୍ତି ଯେ, ଆମେ ତଳକୁ ଆସିପାରୁନୁ।
ତେବେ ନିଖୋଜ ଛାତ୍ର ମାନେ ହେଲେ କଟକ ଲିଙ୍କ୍ରୋଡ଼ ଅଞ୍ଚଳର। ସନ୍ଧ୍ୟା ପରେ ଛାତ୍ରମାନେ ବାଟବଣା ହୋଇଯାଇଥିବା ଜଣାପଡ଼ିଛି। ତେବେ ରାତି ଅଧିକ ହୋଇଯାଇଥିବାରୁ ଛାତ୍ରଙ୍କୁ ଖୋଜାଖୋଜି କରୁଛି ଢେଙ୍କାନାଳ ବନ ବିଭାଗ ଓ ପୋଲିସ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆସନ୍ତା ସେପ୍ଟେମ୍ବର 17 ତାରିଖ ଦିନ ଓଡ଼ିଶାରେ ଆରମ୍ଭ ହେବ ସୁଭଦ୍ରା ଯୋଜନା। ସବୁ ପ୍ରତୀକ୍ଷାର ହେବ ଅନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସେବା ସପ୍ତାହ ପାଳନ ବେଳେ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର । ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେପ୍ଟେମ୍ବର 17 ତାରିଖ ଦିନ ଖୋଦ୍ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି 5 ଲକ୍ଷ ମହିଳାଙ୍କ ଉପସ୍ଥିତିରେ ବିରାଟ ସମାବେଶରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ । ନୂଆଦିଲ୍ଲୀ ପରେ ଭୁବନେଶ୍ଵର ଠାରେ ଆୟୋଜିତ ବିଜେପିର ସମ୍ବର୍ଦ୍ଧନା ସଭାରେ ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
2024 ନିର୍ବାଚନୀ ଇସ୍ତାହାର ବା ସଂକଳ୍ପ ପତ୍ରରେ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଆଉ ନୂଆ ସରକାର ଶପଥ ନେବା ଦିନ ହିଁ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ କ୍ୟାବିନେଟରେ ପ୍ରସ୍ତାବ ପାରିତ କରାଗଲା । ସରକାର ଗଠନର 100 ଦିନ ଭିତରେ କାର୍ଯ୍ୟକାରୀ ହେବା ପାଇଁ ଯାଉଛି ସୁଭଦ୍ରା ଯୋଜନା । ସେପଟେ ବିଜେପିର ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ମହାପ୍ରଭୁ ଜଗନ୍ନାଥଙ୍କ ଭଳି ରଙ୍ଗ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ବଡ଼ ଭାଇ ବଳଭଦ୍ରଙ୍କ ଭଳି ବଳ ଏବଂ ମାଆ ସୁଭଦ୍ରାଙ୍କ ଭଳି ଭଉଣୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୋଲି କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନିକଟରେ ନୂଆଦିଲ୍ଲୀ ଗସ୍ତ ବେଳେ ସୁଭଦ୍ରା ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର 17ରେ ଆରମ୍ଭ କରିବା ପାଇଁ ସ୍ୱୀକୃତି ମିଳିଛି, ଏହା ସରକାର ଗଠନର 100 ଦିନ ଭିତରେ ମଧ୍ୟ ଆସୁଛି । ସୁଭଦ୍ରା ଯୋଜନା ଓଡିଶାର ପୁର ପଲ୍ଲୀର ମା ମାନଙ୍କ ପାଇଁ ଉତ୍ସର୍ଗ ହେବ । ସମସ୍ତ ମହିଳାଙ୍କୁ 50 ହଜାରର ଦୁଇ ବର୍ଷ ଅବଧିର ଭାଉଚର ମିଳିବ ।
ମହିଳାଙ୍କ ସଶକ୍ତିକରଣ ପାଇଁ ପ୍ରତ୍ୟେକ ମହିଳାଙ୍କୁ ମିଳିବ 50 ହାଜର ଟଙ୍କାର କ୍ୟାସ ଭାଉଚର । ଯେଉଁ କ୍ୟାସ ଭାଉଚରକୁ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରି ପାରିବେ ଲାଭାର୍ଥୀ ମହିଳା ମାନେ । ସେହି ୫୦ ହଜାର ଟଙ୍କାକୁ ବିନିଯୋଗ କରି କୌଣସି ବେପାର, ବଣିଜ ଦ୍ୱାରା ନିଜକୁ ସ୍ୱାବଲମ୍ବୀ କରି ପାରିବେ ମହିଳା ମାନେ । ସେପଟେ ବିଜେପି ସରକାର ସୁଭଦ୍ରା ଯୋଜନା ଲାଗୁ କରିବାକୁ ଯାଉଥିବାରୁ ମହିଳା ମାନଙ୍କ ମଧ୍ୟରେ ବଢିଛି ଉତ୍ସାହ ଓ ଉଦ୍ଦୀପନା ।
24 ନିର୍ବାଚନରେ ଗେମ୍ ଚେଞ୍ଜର୍ ଥିଲା ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି । ସୁଭଦ୍ରା ଯୋଜନା ଭାଙ୍ଗି ଦେଲା ବିଜେଡ଼ିର ମହିଳା ଭୋଟ ବ୍ୟାଙ୍କ୍ ବଳ । ରାଜ୍ୟ ରାଜନୀତିର ସମୀକରଣକୁ ବଦଳାଇ 24 ବର୍ଷର ସରକାରକୁ ଗାଦିଚ୍ୟୁତ କରିବାରେ ବଡ଼ ସହାୟକ ହୋଇଥିଲା ବିଜେପିର ଏହି ଘୋଷଣା । ତେବେ ଶପଥ ଗ୍ରହଣର କିଛି ସମୟ ପରେ ରାଜ୍ୟ କ୍ୟାବିନେଟ ସୁଭଦ୍ରା ଯୋଜନାରେ ମୋହର ମାରିବା ପରେ ସେପ୍ଟେମ୍ବର 17 ତାରିଖ ଦିନ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର, ଯାହା 24 ମହାଲଢ଼େଇରେ ପାଲଟିଲା ଅନ୍ୟତମ ବଡ଼ ପ୍ରସଙ୍ଗ । 24 ବର୍ଷର ବିଜେଡି ସରକାର ଗାଦି ଚ୍ୟୁତ ହେବାରେ ଯାହା ପାଲଟିଲା ଅନ୍ୟତମ ପ୍ରମୁଖ କାରଣ। ଯେଉଁ ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ଦେଇଥିଲା ବଡ଼ ପ୍ରତିଶ୍ରୁତି। ସେହି ରତ୍ନଭଣ୍ଡାର ପ୍ରସଙ୍ଗରେ ଆଜି ଭୁବନେଶ୍ବରରେ ବିଜେପିର ସମ୍ବର୍ଦ୍ଧନା ସଭାରେ ବଜ୍ର ସ୍ବରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଗଡ଼ବଡ଼ି ଥିଲେ ଦୋଷୀକୁ ପାତାଳରୁ ଖୋଜି ଶାସ୍ତି ଦିଆଯିବ ।
ନୂଆ ସରକାର, ନୂଆ ଉତ୍ସାହ । ରବିବାରରେ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆ ପାଲଟିଲା ଜନସମୁଦ୍ର। ରାଜ୍ୟର କୋଣ ଅନୁକୋଣରୁ ପହଞ୍ଚିଥିଲେ ବିଜେପିର 10 ହଜାରରୁ ଅଧିକ ନେତା, କର୍ମୀ ଓ ପଦାଧିକାରୀ। ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ସବୁ ନବ ନିର୍ବାଚିତ ବିଧାୟକ, ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ କରାଗଲା ସମ୍ବର୍ଦ୍ଧିତ । ସମ୍ବର୍ଦ୍ଧନା ସଭା ନାଁରେ ବିଜେପି ପାଳନ କରିଛି ବିଜୟ ଉତ୍ସବ । ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୁଣି ଦୁର୍ନୀତିର ସବୁଠାରୁ ବଡ଼ ମାଧ୍ୟମ ପାଲଟିଥିବା ପିସି ମାମଲା ନେଇ ମୋହନ କହିଛନ୍ତି ଆଇନ ଅନୁଯାୟୀ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। 5 ବର୍ଷରେ ପୂରଣ କରାଯିବ ସବୁ ପ୍ରତିଶ୍ରୁତି।
ବିଜେପିର ବିଜୟ ସାଢ଼େ 4 କୋଟି ଓଡ଼ିଆଙ୍କର ବିଜୟ । ଏହାକୁ ଓଡ଼ିଆ ବରପୁତ୍ରଙ୍କୁ ସମର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ମୋଦି ସରକାରର 10 ବର୍ଷରେ ଗତି ଧରିଛି ଓଡ଼ିଶାବାସୀଙ୍କ ରେଳ ସ୍ବପ୍ନ। ଗତ ତିନି ବର୍ଷ ହେଲା ରେଳବାଇରେ ପ୍ରତି ବର୍ଷ ରାଜ୍ୟକୁ ମିଳୁଛି 10 ହଜାର କୋଟିର ଅନୁଦାନ।
ବିଜେପିକୁ ସେବା କରିବାକୁ ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେପି ସଭାପତି ମନମୋହନ ସାମଲ। କହିଛନ୍ତି ସଂକଳ୍ପ ପତ୍ରର ପ୍ରତି ପ୍ରତିଶ୍ରୁତି ପାଳନ ହେବ। ସବୁ ଲୋକଙ୍କ ରହିବ ଜୀବନ୍ତ ସମ୍ପର୍କ। ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବାକୁ 5 ବର୍ଷ ଦିନ ରାତି ପରିଶ୍ରମ କରିବାକୁ ଆହ୍ଵାନ ଦେଇଛନ୍ତି ମନମୋହନ ।
ଲୋକଙ୍କ ସରକାର ଲୋକଙ୍କ ପାଇଁ। ଏହି ନାରା ସହ ଓଡ଼ିଶାର ବିକାଶର ରୋଡ ମ୍ୟାପ ନେଇ କାମ କରୁଛି ବିଜେପି। ରାଜ୍ୟବାସୀଙ୍କ ଆଗରେ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଦୋହାରାଇବାକୁ ଶପଥ ସମାରୋହ ପରେ ସମ୍ବର୍ଦ୍ଧନା ସଭା ନାଁରେ ପୁଣି ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର