ଯୁଏଫଓ ବିଷୟରେ ପୂର୍ବରୁ ଅନେକ ଥର ଜଣା ପଡିଛିଏବଂ ଆମେରିକାର ଅନେକ ସ୍ଥାନରେ ଯୁଏଫ୍ଓ ଦେଖାଦେଇଛି। ଏହାର ସତ୍ୟାସତ୍ୟକୁ ନେଇ ଅନେକ ଅନୁସନ୍ଧାନ ମଧ୍ୟ ଜାରି ରହିଛି। ଆମେରିକାରେ ଏବଂ ବିଶ୍ବର ଅନେକ ରାଷ୍ଟ୍ରର ଏଲିଅନ୍ସ ଅନୁସନ୍ଧାନକାରୀ ଏବଂ ବୈଜ୍ଞାନିକ ମାନେ ଏଲିଅନସ୍ ଏବଂ ପୃଥିବୀ ସହିତ ସେମାନଙ୍କର ସମ୍ପର୍କକୁ ନେଇ ଗବେଷଣା ଜାରି ରଖିଛନ୍ତି।
ତେବେ ଏଲିଅନ୍ସ ମାନେ ପୃଥିବୀ ପାଇଁ ହୁଏତ କେବେ ବିପଦ ସୃଷ୍ଟି କରିପାରନ୍ତି। ଏହାକୁ ଆଖିରେ ରଖି ଆମେରିକା DOD ପେଣ୍ଟାଗନ ଜୁଲାଇ ୨୦୨୨ରେ ଏଲିଅନ୍ସ ମୁକାବିଲା ପାଇଁ ଅଲ ଡୋମେନ ଅନୋମାଲି ରିଜୋଲ୍ୟୁଶନ ଅଫିସ (ଆର୍ଓ) ଗଠନ କରିଥିଲା। କିନ୍ତୁ ବର୍ତ୍ତମାନ ପୂର୍ବରୁ ୟୁଏଫଓ ଭାବରେ ଜଣାଶୁଣା ଅଜ୍ଞାତ ଆନାମୋର୍ଫିକ ଫେନୋମେନା (ୟୁଏପି) ର ସମ୍ଭାବତଃ ଆଟାକ୍ ମୁକାବିଲା ପାଇଁ ଆମେରିକା ସୈନ୍ୟମାନଙ୍କର କ୍ଷମତା ନାହିଁ ବୋଲି ଡିଓଡି ପକ୍ଷରୁ କୁହାଯାଇଛି।
ତେବେ ଏଲିଅନ୍ସ ଆଟାକକୁ ଏବେ ବି ମିଥ୍ ଭାବରେ ଆକଳନ କରୁଥିବା ବେଳେ ଏହା ଯଦି ସତ ହୁଏ ତେବେ ପୃଥିବୀକୁ ଏପରି ସମ୍ଭବତଃ ଆକ୍ରମଣ କବଳରୁ କିପରି ରକ୍ଷା କରାଜିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର