ୱିଲମିଙ୍ଗଟନରୁ ମୋଦୀ ଲଙ୍ଗ୍ ଆଇଲାଣ୍ଡ ରେ ପ୍ରବାସୀ ଭାରତୀଯଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନ୍ୟୁୟର୍କ ଯାତ୍ରା କରିବେ। ସେଠାରେ ଭାରତୀୟ ସମ୍ପ୍ରଦାୟର ଏକ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସେ ଆମେରିକାର ପ୍ରମୁଖ କମ୍ପାନୀଗୁଡିକର ସିଇଓମାନଙ୍କ ସହିତ ଏକ ପାରସ୍ପରିକ କଥାବାର୍ତ୍ତା ମଧ୍ୟ କରିବେ .ତେବେ ପ୍ରଧାନମନ୍ତ୍ରୀ ଙ୍କ ଆଗମନକୁ ନେଇ ନିଉଯର୍କ ରେ ଥିବା ଭାରତୀଯ ମାନଙ୍କ ଭିତରେ ଅସେହ ଉତ୍ସାହ ଦେଖାଦେଇଛି...ପ୍ରଧାନମନ୍ତ୍ରୀ ମୋଦିଙ୍କ ଦେଖିବା ପାଇଁ ଏବଂ ତାଙ୍କ କଥା ଶୁଣିବା ପାଇଁ ସେମାନେ ଅପେକ୍ଷା କରି ରହିଛନ୍ତି ବୋଲି କହିଛନ୍ତି।
ତାଙ୍କର ଗସ୍ତର ଶେଷ ପର୍ଯ୍ୟାୟରେ ସେପ୍ଟେମ୍ବର ୨୩ ରେ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ । FUTURE SUMMIT’କୁ ସମ୍ବୋଧିତ କରିବେ। ଏକ ବିକଶିତ ଭବିଷତ ପାଇଁ ବହୁପାକ୍ଷିକ ସମାଧାନ ଆଣିବା ଏହି ସମିଟ୍ ର ଲକ୍ଷ ରହିଛି..ତେବେ ୨୦୨୫ରେ ଜାତିସଂଘର ୮୦ ବର୍ଷ ପୂରଣ ହେବାକୁ ଜାଉଥିବା ବେଳେ ସମିଟ୍ ଅଫ୍ ଦ ଫୂଚର ଗୁରୁତ୍ବ ବହନ କରୁଛି...ଏହି ଅବସରରେ ରୁଷ ଯୁକ୍ରେନ ଏବଂ ମଧଯପ୍ରାଚଯରେ ଜାରୀ ରହିଥିବା ଜୁଦ୍ଧ ପରିସ୍ଥିତିକୁ ନେଇ ମଆଯ ଜାତିସଂଘରେ ଆଲୋଚନା ହେବାର ସମ୍ବାବନା ରହିଛି ।
ଆମେରିକା ନିର୍ବାଚନ ହେବାକୁ ଆଉ ଗୋଟିଏ ମାସ ବାକି ଥିବା ବେଳେ ରାଷ୍ଟ୍ରପତି ବାଇଡେନ ଙ୍କ ର ଏହା ଶେଷ କ୍ବାର୍ଡ ବୈଠକ ହେବ...ଏବଂ ମୋଦିଙ୍କ ସହ ବାଇଡେନଙ୍କ ଶେଷ ବୈଠକ ହେବାକୁ ଜାଉଛି...ନିକଟରେ ରୁଷ ଏବଂ ଯୁକ୍ରେନ ଗସ୍ତ ପରେ ମୋଦିଙ୍କ ଆମେରିକା ଗସ୍ତକୁ ଗୁତ୍ବପୂର୍ଣ କୁହାଜାଉଛି..କ୍ୱାର୍ଡ ଶିଖର ସମ୍ମିଳନୀରେ ଗାଜା ଏବଂ ୟୁକ୍ରେନରେ ହୋଇଥିବା ବିବାଦ ଉପରେ ବିଚାର କରିବା ବ୍ୟତୀତ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବାର ଉପାୟ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର: