ଗୋଟିଏ ସପ୍ତାହର ମିଶନ୍ ଏଯାଏ ସରିପାରି ନାହିଁ। ଏହା ଭିତରେ ମାସେରୁ ଅଧିକ ସମୟ ଅତିବାହିତ ହୋଇସାରିଲାଣି ନାସା ଓ ଷ୍ଟାରଲିନର ପକ୍ଷରୁ ସୁନୀତା ଓ ତାଙ୍କ ସାଥିଙ୍କୁ ପୃଥିବୀପୃଷ୍ଠକୁ ଫେରାଇ ଆଣିବାକୁ ସମସ୍ତ ପ୍ରୟାସ ଜାରି ରହିଥିବା କହିଛି ନାସ। ଜୁନ୍ ୫ରେ ମହାକାଶକୁ ଯାଇଥିଲେ ସୁନିତା,ଗତ ମାସରେ ପୃଥିବୀ ପୃଷ୍ଠରେ ପହଞ୍ଜିବାର ଥିଲା,ତାଙ୍କ ମହାକାଶର ମିଶନ ୮ ଦିନ ଧରି ଥିଲା,କିନ୍ତୁ ଏ ପର୍ଯ୍ୟନ୍ତ ସେ ପୃଥିବୀ ପୃଷ୍ଠକୁ ଫେରି ନାହାନ୍ତି। ବୋଇଙ୍ଗ ଷ୍ଟାରଲିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ମହାକାଶରେ ଫସିଛନ୍ତି ସୁନୀତା ।
ବୋଇଙ୍ଗ ଷ୍ଟାରଲିନରର ପ୍ରଥମ ଉଡ଼ାଣ ଥିଲା,ହିଲିୟମ୍ ଲିକ୍ ଏବଂ ଥ୍ରଷ୍ଟର ବିଫଳତା ଯୋଗୁ ତାଙ୍କର ପୃଥିବୀରେ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେଉଛି। ନାସା ଏବଂ ଷ୍ଟାରଲିନର୍ ପକ୍ଷରୁ ହିଲିୟମ ଲିକ୍ ମରାମତି କରିବା ଏବଂ ଥ୍ରଷ୍ଟର ସମସ୍ୟା ସୁଧାରିବାକୁ ସମସ୍ତ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତ୍ରୁଟି ସୁଧୁରିପାରୁନି । କିନ୍ତୁ ପ୍ରଶ୍ନ ଉଠୁଛି ଯେତେବେଳେ ଅର୍ନ୍ତଜାତୀୟ ସ୍ପେସ ସେଣ୍ଟରରେ ଋୁଷିଆର କ୍ୟାପସୁଲ୍ ପ୍ରସ୍ତୁତ ହୋଇ ରହିଛି ସେତେବେଳେ ଉଭୟଙ୍କୁ କାହିଁକି ଅଣାଯାଉ ନାହିଁ,କାହଁକି ଆମେରିକା ଋୁଷିଆକୁ କରୁନି ଅନୁରୋଧ। ସୁନୀତା ସୁରକ୍ଷିତ ଭାବେ ପୃଥିବୀରୁ ଫେରିଆସନ୍ତୁ ବୋଲି ଆଶା ରଖିଛନ୍ତି ବିଶ୍ବବାସୀ।