ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ପରେ ସେୟାର ବଜାରରେ ସାନଦାର ହଲଚଲ୍ ଦେଖିବାକୁ ମିଳିଛି । ଅନେକ କମ୍ପାନୀ ଯେମିତି କି dow jones, Nasdaq, S&P500 ଭଳି କମ୍ପାନୀ ଖୁବ ଲାଭାନ୍ୱିତ ହୋଇଛନ୍ତି । କିନ୍ତୁ ଟ୍ରମ୍ପଙ୍କ ବିଜୟରେ ସବୁଠୁ ବେଶୀ ଫାଇଦା ପହଞ୍ଚିଛି ବିଶ୍ୱର ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ । ବ୍ଲୁମ୍ ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ମୁତାବକ ଏଲସ ମସ୍କଙ୍କ Net Worth 2 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ବଢିଛି । ଏଲନ୍ ମସ୍କର ସମ୍ପତ୍ତିରେ ଏହି ବୃଦ୍ଧି ହେବାର କାରଣ ହେଉଛି ତାଙ୍କ ବୈଦ୍ୟୁତିକ କାର ଉତ୍ପାଦନକାରୀ କମ୍ପାନୀ ଟେସଲା ର ସେୟାରରେ ବୃଦ୍ଧି ।
ଖାଲି ଏଲନ ମସ୍କ ନୁହଁନ୍ତି ବରଂ ଅନ୍ୟ ଟପ୍ ଟେନ୍ ବିଲିଅନେୟାରରେ ସାମିଲ୍ ଅନ୍ୟ ଦିଗଜ୍ଜଙ୍କର ସମ୍ପତ୍ତିରେ ମଧ୍ୟ ଖୁବ ବୃଦ୍ଧି ଘଟିଛି । ତେବେ ଆମେରିକା ସେୟାର ବଜାର ନୁହେଁ ଭାରତୀୟ ସେୟାର ବଜାର ମଧ୍ୟ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ସଲାମ୍ ଜଣାଇଛନ୍ତି । ଅନ୍ୟପଟେ 4 ବର୍ଷର ବ୍ୟବଧାନ ପରେ ଟ୍ରମ୍ପ ହ୍ୱାଇଟ୍ ହାଉସକୁ ଫେରୁଥିବାରୁ ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଛି ।