ଘର
ବିଦେଶ
ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ
ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ
by Ritu Das
ଅର୍ଗସ ବ୍ୟୁରୋ: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ଡେମୋକ୍ରାଟ ପାର୍ଟିର କମଲା ହାରିସ୍ ନା ରିପବ୍ଲିକାନ୍ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ! କିଏ କାହା ଉପରେ ପଡ଼ିବେ ଭାରି ? ଏହି ନିର୍ବାଚନ ଜରିଆରେ ଆମେରିକା ତାହାର 47ତମ ରାଷ୍ଟ୍ରପତିଙ୍କୁ ବାଛିବ । ବିଶ୍ବର ସର୍ବ ପୁରାତନ ଗଣତନ୍ତ୍ର, ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର ।
ଏଥର ନିର୍ବାଚନରେ ବୃହତ ବ୍ୟବଧାନରେ ନିର୍ବାଚନ ହେବା ନେଇ ଦୁଇ ପ୍ରାର୍ଥୀ ଦୃଢ଼ ଆଶାବାଦୀ ରହିଛନ୍ତି । ଆମେରିକାରେ ଇଲେକ୍ଟୋରା କଲେଜ୍ ପଦ୍ଧତି ଦ୍ବାରା ରାଷ୍ଟ୍ରପତି ନିର୍ବାଚନ ହୋଇଥାନ୍ତି । ରାଷ୍ଟ୍ରପତି ହେବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ 270 ଇଲେକ୍ଟୋରାଲ କଲେଜ୍ ଭୋଟ୍ ଆବଶ୍ୟକ । ପ୍ରାର୍ଥୀଙ୍କୁ ଅତି କମରେ ତିନିଟି ପ୍ରମୁଖ ରାଜ୍ୟରେ ଜିତିବାକୁ ପଡ଼ିବ।
ଅଧିକ ପଢ଼ନ୍ତୁ ବିଦେଶ ଖବର