ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି? ଦୁନିଆର ସବୁଠାରୁ ବଡ଼ ଜଙ୍ଗଲରେ କାହିଁକି ନଦୀ ଉପରେ ଏକ ପୋଲ ତିଆରି ହୋଇପାରୁନାହିଁ ? କଣ ଏଠାରେ ବସବାସ କରୁଥିବା ଲୋକଙ୍କୁ ପୋଲର କୌଣସି ଆବଶ୍ୟକତା ନାହିଁ ? ୩ କୋଟିରୁ ଅଧିକ ଲୋକ ନଦୀ ପାର ହେବା ପାଇଁ ଆଜି ପର୍ଯ୍ୟନ୍ତ ଡଙ୍ଗା ବ୍ୟବହାର କରୁଛନ୍ତି।ପୋଲ ନହେବା ପଛର ପ୍ରକୃତ କାରଣ ହେଉଛି ଏଠାକାର ପାଣିପାଗ। ଯେତେବେଳେ ଆମାଜନରେ ବର୍ଷା ହୁଏ ସେତେବେଳେ ନଦୀର ଚଉଡ଼ା ୧୦ରୁ ୨୦ ଗୁଣ ଅଧିକ ବଢିଯାଏ। ଆଉ ଏହା ଅନୁମାନ କରିହୁଏନି କି ବର୍ଷା ହେଲେ ଏହା କେଉଁ ଆଡୁ ଏବଂ କେତେ ମାତ୍ରାରେ ଚଉଡ଼ା ହେବ ? ତା ସହିତ ବର୍ଷା ହେଲେ ନଦୀର କୂଳର ମାଟି ଅତ୍ୟନ୍ତ ନରମ ହୋଇଯାଏ ଯେ ଯଦି ଏହି ସମୟରେ ପୋଲ ତିଆରୀ ବି ହେଉଛି ତାହାଲେ ପୋଲ ଭାଙ୍ଗି ଯିବାର ସମ୍ଭାବନା ବହୁତ୍। ଯାହା ଲୋକଙ୍କ ଜୀବନ ପାଇଁ ମଧ୍ୟ ବିପଦ।
ତେବେ ଅନ୍ୟ ଏକ କାରଣ ହେଉଛି ପୋଲ ହେବା ଦ୍ବାରା ଡଙ୍ଗା ଚାଳକଙ୍କ ରୋଜଗାର ଉପରେ ପ୍ରଭାବ ପଡିବା ସହିତ ଏଠାରେ ଲୋକଙ୍କ ଆବାଦୀ ଅଧିକ ହେବ ଏବଂ ନିଜ ବସବାସ ପାଇଁ ଲୋକମାନେ ଗଛ କାଟିବା ଆରମ୍ଭ କରିଦେବେ ଯାହା ଆମାଜନକୁ ହାନି ପହଁଞ୍ଚାଇବା ସହିତ ପୃଥିବୀପୃଷ୍ଠ ପାଇଁ ମଧ୍ୟ ବିପଦ ପରିସ୍ଥିତି ସୃଷ୍ଟି କରିଦେବ।
ଅଧିକ ପଢ଼ନ୍ତୁ ବିଦେଶ ଖବର