ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଛତିଶଗଡ ନାରାୟଣପୁରରେ ମାଓ ଅପରସନରେ ୩ଜଣ ମାଓବାଦୀ ନିପାତ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ମାଓବାଦୀମାନେ ସକ୍ରିୟଥିବା ଖବରପାଇ ସୁରକ୍ଷା କର୍ମୀଙ୍କ ପକ୍ଷରୁ ୫ଦିନ ଧରି ବଡ ଧରଣର ଅପରେସନ୍ ଚାଲିଥିଲା । ସେପ୍ଟେମ୍ବର ୨୨ରେ ଆରମ୍ଭ ହୋଇଥିଲା ଅପରେସନ୍ । ଏଥିପାଇଁ ପ୍ରତ୍ୟେକ ଯବାନଙ୍କୁ ପ୍ରାୟ ୧୧୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ଚାଲିବାକୁ ପଡିଥିଲା । ୪୦ରୁ ୫୦ଜଣ ମହିଳା ଏହି ଅପରେସନରେ ସାମିଲ ହୋଇଥିଲେ । ଅପରେସନ ବେଳେ ଅନେକ ପାହାଡ ଓ ଝରଣା ଅତିକ୍ରମ କରିବାକୁ ପଡିଥିଲା । ଏହାପରେ ଘଞ୍ଚ ଜଙ୍ଗଲ ଭିତରେ ଥିବା ମାଓବାଦୀଙ୍କ ନିକଟରେ ପହଞ୍ଚିଥିଲେ ଟିମ୍ । ଅପରେସନର ତିନି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଗୋଟିଏ AK-47, ୨ଟି SLR ଜବତ ହାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଭୁବନେଶ୍ୱର : ଆସନ୍ତା ନଭେମ୍ବରରୁ ରାଜ୍ୟରେ ଆରମ୍ଭ ହେବ ଖରିଫ ଧାନ କିଣା। କ୍ବିଣ୍ଟାଲ୍ ପିଛା 3100 ଟଙ୍କା ଦରରେ ଚାଷୀଙ୍କଠାରୁ ଧାନ କିଣିବେ ରାଜ୍ୟ ସରକାର। ବରଗଡ଼ ସୋହେଲାରୁ ହେବ ଧାନ କିଣାର ଶୁଭାରମ୍ଭ। ସୋହେଲାରେ ପୂର୍ବ ସରକାର ଚାଷୀଙ୍କୁ 100 ଟଙ୍କା ଲେଖାଏଁ ବୋନସ ଦେବାକୁ ଘୋଷଣା କରିଥିଲେ ହେଲେ ଦେଇ ନଥିଲେ। ଏନେଇ ବିଜେପି ମୁଖପାତ୍ର ସମୀର ଦାଶ କହିଛନ୍ତି, ଯେଉଁଠି 100 ଟଙ୍କା ବୋନସ୍ ଦେବାକୁ କହି ଠକିଥିଲେ ନବୀନ, ସେହିଠାରୁ 800 ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ ବିଜେପି ସରକାର।
ଏହା ସହିତ ସମବାୟ ସମିତିଗୁଡିକରେ ଧାନ ବିକ୍ରି ଲାଗି ଛୋଟ ଚାଷୀ ଓ ନାମମାତ୍ର ଚାଷୀଙ୍କ ପଞ୍ଜୀକରଣ ଆଗ କରାଯିବା କଥା। ତେଣୁ ଏବେ ଆମ ସରକାର ତାହା ଉପରେ ଗୁରୁତ୍ବ ଦେଉଛନ୍ତି। ଏହାଦ୍ବାରା ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ। ସେହିପରି ସମୀର ଦାଶ ଆହୁରୀ କହିଛନ୍ତି, ବିକଶିତ ଭାରତ ପାଇଁ ସମବାୟ ସବୁଠୁ ବଡ଼ କ୍ଷେତ୍ର। ବିକାଶ ପାଇଁ ଆଗକୁ ବଢିବାକୁ ହେଲେ ସମବାୟ ସେକ୍ଟରକୁ ଆଗକୁ ନେବାକୁ ହେବ। କେବଳ ଧାନ କିଣା କି ଧାନ ପାଇଁ ସମବାୟ କାମକୁ ସୀମିତ ରଖିଯିବ ନାହିଁ। ସବୁ କ୍ଷେତ୍ରରେ ଆଳୁ ଆଉ ଅନ୍ୟ ଚାଷ ଲାଗି ସହାୟତା ଦେବ ସମିତି।
ଅଧିକ ପଢନ୍ତୁ ଓଡିଶା ଖବର
ସୁବର୍ଣ୍ଣପୁର: ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା । ଏନେଇ ସମସ୍ତ ଚାରି ଗ୍ରାମର ମହିଳା ଏକତ୍ରିତ ହୋଇ ଏକ ବୈଠକ କରିଛନ୍ତି । ଅଞ୍ଚଳରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯଦି କେହି ଅମାନ୍ୟ ହୋଇ ମଦ ବିକ୍ରି କରି ସ୍ଥିତି ଭୟା ଭୟ ହେବ ବୋଲି ସଂପୃକ୍ତ ମହିଳାମାନେ ବୈଠକ ରେ ନିଷ୍ପତ୍ତି ନେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡ଼ଗାଡ, କୁହିଦାଦର ଏବଂ ଦୂର୍ଜନତୈଲା ପଞ୍ଚାୟତର ଦାଦରପାଲି ଓ ମାଳିଦାଦର ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି । ଉପାନ୍ତ ଅଞ୍ଚଳ ଗୌଡ଼ଗାଡ ସମେତ ମାଳିଦାଦର, ଦାଦରପାଲି, କୁହିଦାଦରରେ ମହୁଲି ମଦ ପ୍ରସ୍ତୁତି ହେବା ସହିତ ମିଶ୍ରିତ ଦେଶୀ ବିଦେଶୀ ମଦ ବ୍ୟାପକ ପରିମାଣରେ ବିକ୍ରୀ ହେଉଛି । ମଦ୍ୟପମାନେ ଅନେକ ସମୟରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ରାସ୍ତା ଓ ଛକମାନଙ୍କରେ ଆଡ୍ଡା ଜମାଉଛନ୍ତି ।
ଫଳରେ ମହିଳା ଓ ଛାତ୍ରୀମାନେ ରାସ୍ତାରେ ଏକାକୀ ଯିବା ଆସିବା କରିପାରୁ ନ ଥିବା ଅଭିଯୋଗ ହୋଇଛି । ତେବେ ଗୌଡ଼ଗାଡ ଗ୍ରାମର ମହିଳା ମାନେ ପ୍ରଥମେ ଗ୍ରାମରେ ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଏହା ସହିତ ଯିଏ ମଦ ପିଇ ଗାଳି ଗୁଲଜ କରିବ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହା ଦେଖି ପୋଡସି ଗ୍ରାମର ମହିଳା ମାନେ ତାଙ୍କର ସହଯୋଗ ନେବା ସହିତ ଗୌଡ଼ଗାଡ ଗ୍ରାମରେ ଦାଦରପାଲି, ମାଳିଦାଦର, କୁହିଦାଦର ଓ ଗୌଡ଼ଗାଡ ଗ୍ରାମର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏକତ୍ରିତ ହୋଇ ଏକ ବୈଠକ କରିଥିଲେ । ସମସ୍ତେ ନିଜ ନିଜ ଗ୍ରାମରେ ମଦ ବିକ୍ରି ବନ୍ଦ କରିବାକୁ ଶପଥ ନେବା ସହିତ ସମସ୍ତେ ମାଳିଦାଦରରେ ବିକ୍ରି ହେଉଥିବା ଏକ ଢ଼ାବାକୁ ଯାଇ ମଦ ବିକ୍ରି ବନ୍ଦ କରିବାକୁ କହିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ। ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ୯୫ ରନର ଟାର୍ଗେଟକୁ ଭାରତ ୩ ୱିକେଟ ହରାଇ ହାସଲ କରି ନେଇଛି। ପୂର୍ବରୁ ଭାରତୀୟ ବୋଲରଙ୍କୁ ସାମ୍ନା କରି ନପାରି ବାଂଲାଦେଶ ଦ୍ବିତୀୟ ଇଂନିସରେ ମାତ୍ର ୧୪୬ ରନରେ ଅଲଆଉଟ ହୋଇଛି।
ଫଳରେ କାନପୁର ଟେଷ୍ଟରେ ଭାରତ ଆଗରେ ରହିଥିଲା ୯୫ ରନର ବିଜୟ ଲକ୍ଷ୍ୟ। ଭାରତ ପକ୍ଷରୁ ଅଶ୍ବିନୀ, ଜାଡେଜା, ବୁମରା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଆକାଶଦୀପ ଗୋଟିଏ ୱିକେଟ ନେଇଛନ୍ତି। ବାଂଲାଦେଶ ପ୍ରଥମ ଇଂନିସରେ ୨୩୩ ରନ କରିଥିବା ବେଳେ ଟିମ ଇଣ୍ଡିଆ ୨୮୫ ରନ କରି ଇଂନିସ ଘୋଷଣା କରିଥିଲା। କାନପୁର ଟେଷ୍ଟରେ ବର୍ଷା ପାଇଁ ଦୁଇ ଦିନର ଖେଳ ବାତିଲ ହୋଇଥିଲା।
ଅଧିକ ପଢନ୍ତୁ କ୍ରୀଡା ଖବର