ବେଟିଂ ଆପର ପ୍ରମୋଟର ଏହି ଟଙ୍କା ପଠାଇଥିଲେ। ଇଣ୍ଟେଲିଜେନ୍ସ ଆଧାରରେ ଜଣେ ବ୍ୟକ୍ତିଙ୍କ ପିଛା କରିଥିଲା ଇଡି। ରାୟପୁରର ଏକ ହୋଟେଲରେ ଅଚାନକ ଚଢ଼ାଉ କରିବା ପରେ ସେହି ବ୍ୟକ୍ତିଙ୍କ ପାଖରୁ 3 କୋଟି 12 ଲକ୍ଷ ଟଙ୍କା ଜବତ କରିଥିଲା। ସେହି ବ୍ୟକ୍ତିଙ୍କୁ ମହାଦେବ ବେଟିଂ ଆପର ପ୍ରମୋଟର ଛତିଶଗଡ଼ ପଠାଇଥିବା ନେଇ ସେ ନିଜେ ଇଡି ନିକଟରେ ସ୍ୱୀକାର କରିଛି। ପରେ ବ୍ୟକ୍ତିଙ୍କ ସୂଚନା ଆଧାରରେ ଆଉ 1 କୋଟି 8 ଲକ୍ଷ ନଗଦ ଟଙ୍କା ଜବତ କରିଛି ଇଡି। ଏହି ମାମଲାରେ କିଛି ବେନାମି ଆକାଉଣ୍ଟ ମଧ୍ୟ ଇଡିର ନଜରକୁ ଆସିଛି।
ଏହି ବଡ଼ କେଳେଙ୍କାରୀ ପଛରେ କେହି ସରକାରୀ ଅଫିସରଙ୍କ ହାତ ଥିବା ସନ୍ଦେହ କରୁଛି ଇଡି। ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବାକୁ ଏହି ଟଙ୍କା ଖେଳର ବେଳହୁଁ ପର୍ଦ୍ଦାଫାସ ହେବା ପରେ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ବେଆଇନ ଭାବେ ସାଧାରଣ ଲୋକଙ୍କୁ ଠକି ଦିନକୁ 200 କୋଟିର ଲାଭ କରୁଥିବା ମହାଦେବ ବେଟିଂ ଆପ ଉପରେ ଇଡି ପୂର୍ବରୁ ମଧ୍ୟ ଆକ୍ସନ ନେଇଛି। ଏହି ମାମଲାରେ ଅନେକ ବଡ଼ ବଡ଼ ନେତା ଓ ଅଭିନେତା ଯେମିତିକି ରନବୀର କପୁର, ଶ୍ରଦ୍ଧା କପୁର, କପିଲ ଶର୍ମାଙ୍କ ନାଁ ଆସିବା ପରେ ସମସ୍ତଙ୍କୁ ଜେରା କରିଛି ଇଡି।
ଅଧିକ ପଢ଼ନ୍ତୁ ଦେଶ ଖବର: