ମଣ୍ଡପରେ ଓଡିଶାର ଆଦିବାସୀ ଉତ୍ପାଦ ସମେତ ପର୍ଯ୍ୟଟନ ସୁବିଧା, ଓଡ଼ିଶାର ପାରମ୍ପରିକ ବସ୍ତ୍ର ଏବଂ ବିଭିନ୍ନ ଓଡ଼ିଆ ହସ୍ତ ଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନ କରାଯାଇଥିଲା। ଭାରତୀୟ ରାଷ୍ଟ୍ରଦୂତ ବିନୋଦ କେ ଜାକୋବଙ୍କ ସମେତ ନେପାଳ, ଜାପାନ, କୋରିଆ, ରୁଷିଆ, ତୁର୍କୀ, ବାଂଲାଦେଶ ଏବଂ ଶ୍ରୀଲଙ୍କାର ରାଷ୍ଟ୍ରଦୂତ ଏହି ମଣ୍ଡପ ପରିଦର୍ଶନ କରିଥିଲେ। ଭାରତୀୟ ରାଷ୍ଟ୍ରଦୂତ ବାହାରିନ ଓଡିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଯାହାକି ଓଡିଶା ଏବଂ ଭାରତ ପାଇଁ ଗର୍ବର ବିଷୟ । ଉଭୟ ବାହାରିନ ଜାତୀୟ ପତାକା ସହିତ ଭାରତୀୟ ତ୍ରିରଙ୍ଗା ପତାକା ଏହି ମଣ୍ଡପରେ ସ୍ଥାନିତ ହୋଇଥିଲା ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପସ୍ଥିତିରେ ଓଡିଶା ମଣ୍ଡପ ଅଧିକ ସ୍ବତନ୍ତ୍ର ଓ ଆକର୍ଷଣୀୟ ଲାଗୁଥିଲା । ଗତ ୨୬ବର୍ଷ ଧରି ବହାରିନ ଓଡିଆ ସମାଜ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପନ୍ନ ଜଗନ୍ନାଥ ସଂସ୍କୃତି, ବାଣିଜ୍ୟ, ପର୍ଯ୍ୟଟନ ଏବଂ ହସ୍ତତନ୍ତକୁ ବିଶ୍ବକୁ ଦେଖାଇବାକୁ ଚେଷ୍ଟା କରୁଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର