ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରରେ ପହଞ୍ଚିବା ପରେ ଗ୍ରାଣ୍ଡ ୱେଲକମ୍ କରାଯାଇଥିଲା। ଭାରତୀୟ ସମୁଦାୟ ମୋଦିଙ୍କୁ ଆଡ଼ମ୍ବର ସହକାରେ ସ୍ବାଗତ କରିଥିଲେ। ମୋଦିଙ୍କ ପାଇଁ କିଛି କଳାକାର ଓଡ଼ିଶୀ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ। ସିଙ୍ଗାପୁରରେ ଉତ୍କଳୀୟ ସଂସ୍କୃତି, ପରମ୍ପରା ଓ କଳାର ଝଲକ ଦେଖି ବେଶ୍ ଖୁସି ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ। ଏପରିକି କିଛି ସମୟ କଳାକାରଙ୍କ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଯାଇଥିଲେ । ପରେ ତାଳି ମାରି କଳାକାରଙ୍କୁ ଉତ୍ସାହିତ କରିବା ସହ ଏବଂ ପ୍ରଶଂସା କରିଥିଲେ। ପରେ ତାଙ୍କୁ ଢୋଲ ବଜାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ପିଏମଙ୍କ ଆଗରେ ଓଡ଼ିଶୀ ନାଚିଥିବାରୁ ନୃତ୍ୟଶିଳ୍ପୀମାନେ ବେଶ ଉତ୍ସାହିତ ହୋଇପଡ଼ିଥିଲେ । ଖାଲି ଯେ ଓଡ଼ିଶୀ ତାହା ନୁହେଁ, ସିଙ୍ଗାପୁର ଗସ୍ତରେ ଥିବା ଓଡ଼ିଶାର ୱାର୍ଲ୍ଡ ସ୍କିଲ ସେଣ୍ଟରର ପିଲାମାନଙ୍କୁ ବି ଭେଟିଛନ୍ତି ପିଏମ୍ । ପିଏମଙ୍କୁ ପାଖରେ ପାଇ ସେମାନେ ବି ବେଶ ଖୁସି ଥିବାର ଦେଖିବାକୁ ମିଳିଥିଲା ।
ପିଏମଙ୍କୁ ସିଙ୍ଗାପୁର ପାର୍ଲାମେଣ୍ଟରେ ମଧ୍ୟ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ମୁଲାକାତ କରିବା ସହ ଗତକାଲି ସିନିଅର ମିନିଷ୍ଟର ଲି ହେସନ ଲୁଙ୍ଗଙ୍କ ସହ ଡିନର ମଧ୍ୟ କରିଥିଲେ ମୋଦି । ଉଭୟ ଦେଶ ମଧ୍ୟରେ ଅନେକ କ୍ଷେତ୍ରରେ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଥିଲା । ଶେଷରେ ପିଏମ୍ ସ୍ବଦେଶ ଲେଉଟିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର