ଅର୍ଗସ ବ୍ୟୁରୋ: ଆସାମରେ ଗୋମାଂସ ବ୍ୟାନ୍ । ହୋଟେଲ, ରେଣ୍ଟୋରାଣ୍ଟ ଏବଂ ସାର୍ବଜନିକ ସ୍ଥାନରେ ଗୋମାଂସ ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ କ୍ୟାବିନେଟ ବୈଠକରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ନିଷ୍ପତ୍ତି ନିଆଯାଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । ଏଣିକି ଆସାମର କୌଣସି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସାର୍ବଜନୀନ ସ୍ଥାନରେ ଗୋମାଂସ ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।