ଟିଏମସି ସାଂସଦ ଟଙ୍କା ନେବା ମାମଲାରେ ଉଦ୍ୟୋଗପତି ଦର୍ଶନ ହିରାନନ୍ଦାନି ଓ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇ ସିବିଆଇ କୋର୍ଟ ଓ ସଂସଦର ଏଥିକ୍ସ କମିଟିକୁ ଦେଇଥିବା ଦୁଇଟି ଭିନ୍ନ ସତ୍ୟପାଠରେ ମହୁଆଙ୍କ ସହ ଓଡ଼ିଆ ସାଂସଦ ପିନାକୀ ମିଶ୍ରଙ୍କ ସମ୍ପର୍କ ବାବଦରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ପିନାକୀଙ୍କ ଜରିଆରେ ୨ କୋଟି ଟଙ୍କାର ହାୱଲା ଚ୍ୟାନେଲ୍ କାରବାର ହୋଇଥିବା ଅଭିଯୋଗ ରହିଛି । ଏହାକୁ ନେଇ ପୁଣି ସାଂସଦ ପିନାକୀ ମିଶ୍ର ଓ ତାଙ୍କ ଦଳକୁ ଟାର୍ଗେଟ୍ କରିଛି ବିଜେପି। ମନି ଟ୍ରେଲ ଓ ପିନାକୀଙ୍କ ସମ୍ପୃକ୍ତିର ତଦନ୍ତ ସହ ଏ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି। ମହୁଆ ମୈତ୍ରଙ୍କ ସହ ସମ୍ପୃକ୍ତି ଅଭିଯୋଗର ସତ୍ୟତା ନେଇ ଏଯାଏଁ ସ୍ପଷ୍ଟ ଉତ୍ତର ରଖିନାହାନ୍ତି ପିନାକୀ । ଓଲଟା ପ୍ରେସ୍ ରିଲିଜ ଜାରି କରି ଅଭିଯୋଗ ଆଣୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ । ସେପଟେ ଏଯାଏଁ ଚୁପ୍ ରହିଥିବା ବିଜୁ ଜନତା ଦଳର ମୁଖପାତ୍ର ଏବେ ପିନାକୀଙ୍କ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। 24 ବର୍ଷ ହେଲା ଦୁର୍ନୀତିକୁ ପ୍ରୋତ୍ସାହନ ଦିଏ ନାହିଁ ବୋଲି ପ୍ରଚାର କରିଆସୁଛି ବିଜେଡି । ପିନାକୀଙ୍କ ବିରୋଧରେ ଆସିଥିବା ସଂଗୀନ ଅଭିଯୋଗ ନେଇ ଏଯାଏଁ କାହିଁକି ଚୁପ୍ ରହିଛନ୍ତି ବିଜୁ ଜନତା ଦଳର ମୁଖିଆ ?
ଅଧିକ ପଢନ୍ତୁ ଭାରତ ଖବର