ଜୁଲାନା ବିଧାନସଭା ଆସନରୁ ଜିତିଛନ୍ତି ରେସଲର ଭିନେଶ ଫୋଗଟ । ହରିୟାଣା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇ ରାଜନୈତିକ ମୌଦାନକୁ ଓହ୍ଲାଇଥିଲେ ଫୋଗଟ । ବିଜେପି ପ୍ରାର୍ଥୀ ଯୋଗେଶ କୁମାରଙ୍କୁ 5961 ଭୋଟରେ ହରାଇ ଫୋଗଟ ବିଜୟ ବାନା ଉଡାଇଛନ୍ତି। ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ବିଜୟ ଲାଭ କରିଛନ୍ତି । ଲଡଓ୍ବାଲ ଆସନରୁ ଲଢି 16ହଜାର 54ଭୋଟରେ ଜିତିଛନ୍ତି। ସେହିପରି ନିଖିଲ ମଦନ ବିଜେପିରୁ ଲଢି ବିଜୟ ଲାଭ କରିଛନ୍ତି । 29636 ଭୋଟରେ ହରାଇଛନ୍ତି କଂଗ୍ରେସର ସୁରନ୍ଦର ପନଓ୍ବାରଙ୍କୁ । ଗୁଡଗାଓଁରେ ବିଜେପି ପ୍ରାର୍ଥୀ ମୁକେଶ ଶର୍ମା ନିର୍ଦ୍ଦଳୀୟ ପ୍ରାର୍ଥୀ ନବୀନ ଗୋୟଲଙ୍କୁ 68045ଭୋଟରେ ହରାଇଛନ୍ତି ।
ଜାମ୍ମୁ କାଶ୍ନୀରରେ ଏନସି ମେଂଟକୁ ବହୁମତ ମିଳିଛି । 2024 ବିଧାନସଭା ନିର୍ବାଚନରେ ଜାମ୍ମୁକାଶ୍ମୀରରେ ଜେକେଏନସି 42, ବିଜେପିକୁ 29 , କଂଗ୍ରେସକୁ 6, ପିଡିପିକୁ 3, ଆପ 1, ସିପିଆଇଏମ 1, ଜେପିସି 1 ଏବଂ ଅନ୍ୟାନ୍ୟକୁ ମିଳିଛି 7 ଆସନ । ଏଥିସହ ଜାମ୍ମୁକାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲା । ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲା ଏହି ବଡ ଘୋଷଣା କରିଛନ୍ତି । 10ବର୍ଷ ପରେ ପୁଣି ମୁଖ୍ୟମନ୍ତ୍ରୀ ହେବେ ଓମାର ।
ଏଥର ନିର୍ବାଚନରେ ଓମାର ଅବଦୁଲା ଦୁଇଟି ଆସନରୁ ନିର୍ବାଚନ ଲଢିଛନ୍ତି । ବଡଗାମ ଓ ଗାନ୍ଦରବଲ ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଦୁଇଟି ଆସନରୁ ସେ ବିଜୟ ଲାଭ କରିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର