ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ। ବିଧାୟକ ଦଳ ବୈଠକ ପରେ ଚମ୍ପଇଙ୍କ ନାଁରେ ମୋହର। ଝାଡ଼ଖଣ୍ଡର ଷଢେଇକଳାରୁ ପ୍ରତିନିଧିତ୍ବ କରୁଛନ୍ତି ଚମ୍ପଇ। ସେପଟେ ରାଜଭବନ ଯାଇ ଇସ୍ତଫା ଦେଲେ ହେମନ୍ତ ସୋରେନ୍।ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ । ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ପ୍ରତ୍ୟେକଟି ବାପା ମା ଚାହାଁନ୍ତି ତାଙ୍କ ପିଲାମାନେ ବୁଦ୍ଧିମାନ ହୁଅନ୍ତୁ । ଭଲ ପାଠ ପଢି ସମାଜରେ ନାଁ କରନ୍ତୁ । କୁହାଯାଏ ମାଟିକୁ ଆମେ ଯେମିତି ଆକୃତି ଦେବା ସେ ସେମିତି ଆକୃତି ନେବ । ଠିକ୍ ସେହିପରି ଛୋଟ ଛୁଆଙ୍କୁ ଆମେ ଯେମିତି ଲାଳନ ପାଳନ କରି ଗଢିବା ସେମାନେ ମଧ୍ୟ ସେହିଭଳି ବଡ ହେବେ । ନିଜ ଛୁଆଙ୍କୁ ତ ସବୁ ବାପା ମା' ଭଲ ପାଆନ୍ତି ତାଙ୍କ ପାଇଁ ସବୁକିଛି କରନ୍ତି । ହେଲେ କିଛି ଛୁଆ ଭାରି ବୁଦ୍ଧିମାନ ହୋଇଥାନ୍ତି ।
କ'ଣ ଆପଣମାନେ ବି ଚାହୁଁଛନ୍ତି ନିଜ ପିଲାଙ୍କୁ ବୁଦ୍ଧିମାନ କରିବା ପାଇଁ ? ତେବେ ଆପଣାନ୍ତୁ ଏହି ଟିପ୍ସ୍ ....
ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର
୧. ବୁଦ୍ଧିମାନ ପିଲାଙ୍କ ସ୍ଵଭାବରେ ପଜିଟିଭ ଗୁଣ ଥିବା ସହ କାମ କରିବାକୁ ଇଚ୍ଛାଶକ୍ତି ଅଧିକ ଥାଏ । କାମ କରିବାରେ ଆଗରେ ରୁହନ୍ତି ପଛ ଘୁଞ୍ଚା ଦିଅନ୍ତି ନାହିଁ ।
୨. କୌଣସି ବି ପରିସ୍ଥିତିରେ କାମରେ ବାଧା ଆସିଲେ ବି ବୁଦ୍ଧିମାନ ପିଲା ମାନେ ଡରନ୍ତି ନାହିଁ ।
୩. ଖରାପ ପରିସ୍ଥିତିରେ ବି ସଠିକ୍ ନିର୍ଣ୍ଣୟ ନେବାରେ ସକ୍ଷମ ହେଇଥାନ୍ତି ଏହି ପିଲା ମାନେ ।
୪. କାମର ଲାଭ-କ୍ଷତି କେତେ ହେବ ସେ ଉପରେ ଭାବି ଚିନ୍ତା କରି କରନ୍ତି ।
୫. ବୁଦ୍ଧିମାନ ପିଲାଙ୍କ ସ୍ଵଭାବ ସେମାନେ ନିଜକୁ ଭଲ ଭାବରେ ବୁଝନ୍ତି । ଯାହା ଫଳରେ କୌଣସି ବି ଖରାପ ପରିସ୍ଥିତିରେ ନିଜ ଉପରେ ଧୌର୍ଯ୍ୟ ଶକ୍ତି ଅଧିକ ଥାଏ ।
୬. ବୁଦ୍ଧିମାନ ପିଲା ମାନେ କାହା ପ୍ରତି କୌଣସି ପ୍ରକାରର ଇର୍ଷା ଭାବନା ରଖନ୍ତି ନାହିଁ । ସମସ୍ତଙ୍କ ସହ ସହାନୁଭୂତି ଭାବନା ରଖିଥାନ୍ତି ।
୭. ଏହି ପିଲା ମାନେ ବହୁତ ସମୟ ନିଜସ୍ଵ ଚିନ୍ତାଧାରା ଆଣି କାମ କରିଥାନ୍ତି । ସବୁ କାମକୁ ବର୍ଣ୍ଣନା କରି କାମ କରନ୍ତି । ଏସବୁ ପରେ ବି ସେମାନେ ସବୁ ବେଳେ କିଛି ନୂଆ କରିବାର ପ୍ରୟାସରେ ରୁହନ୍ତି ।
୮. ଏହି ପିଲା ମାନଙ୍କୁ ଜାଣିବାର ବହୁତ ଇଚ୍ଛା ଥାଏ । କୌଣସି ଜିନିଷକୁ ଜାଣିବାରେ ବହୁତ ଇଚ୍ଛା ଶକ୍ତି ଥାଏ । ନୂଆ ଆବିଷ୍କାର, ଉଦଭାବନ କରିବାରେ ସଫଳ ହୋଇଥାନ୍ତି ।
୯. ବୁଦ୍ଧିମାନ ପିଲା ମାନେ କୌଣସି ବି ପରିସ୍ଥିତି ସହ ନିଜକୁ ଖାପ ଖୁଆଇ ନିଅନ୍ତି ।
୧୦. ଏହି ପିଲା ମାନେ ଶାନ୍ତ, ସ୍ଥିର ସ୍ଵଭାବର ହୋଇଥାନ୍ତି , ଯାହା ତାଙ୍କୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ କରେ ।
ଏସବୁ ଉପାୟ କଲେ ଜଣେ ବୁଦ୍ଧିମାନ ହୋଇପାରିବ ।
ଅର୍ଗସ ବ୍ୟୁରୋ: ବିଜେଡିକୁ ସିଧା ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର ପ୍ରଧାନମନ୍ତ୍ରୀ ଚେହେରା କିଏ ବୋଲି ପ୍ରଶ୍ନ କଲେ ଧର୍ମେନ୍ଦ୍ର । ଲୋକସଭାରେ ପ୍ରତିଦ୍ୱନ୍ଦ୍ଵିତା କରୁଥିବା ଲୋକଙ୍କୁ ପ୍ରଶ୍ନ ସେମାନଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ? । `ବିଜେଡିକୁ ଡର ପଶିଗଲାଣି, ବିଜେଡିକୁ ଓଡ଼ିଆ ଲୋକ ଭାଙ୍ଗିଦେବେ' । ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେନି, ଲୋକଙ୍କୁ ଠକିଲେ ଲୋକେ ଭାଙ୍ଗିଦିଅନ୍ତି । ଏଥର ଲୋକେ ବିଜେଡିକୁ ହରାଇ ଭାଙ୍ଗିଦେବେ ବୋଲି କହିଲେ ଧର୍ମେନ୍ଦ୍ର । ସମ୍ବଲପୁର ଯାହା ନିର୍ଣ୍ଣୟ କରିବ ସାରାଦେଶ ଦୋହରାଇବ, ସମ୍ବଲପୁର ମୋଦିଙ୍କ ସାଙ୍ଗରେ ଅଛି । ନରେନ୍ଦ୍ର ମୋଦି ଆମର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ।
ଏକତରଫା ଭାବେ ଏଥର 21ରୁ 21ଟି ଲୋକସଭା ପ୍ରାର୍ଥୀଙ୍କୁ ଲୋକେ ଭୋଟ୍ଦେବେ । 10 ବର୍ଷରେ ଓଡ଼ିଶାକୁ ବ୍ୟାପକ ଅନୁଦାନ ଆସିବା ସହ ବଡ଼ବଡ଼ ପ୍ରକଳ୍ପ ହୋଇଛି । ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା, ଭରସା ବଢ଼ିଛି । `ବିଜେଡି ମୂଳ ପ୍ରଶ୍ନର ଉତ୍ତର ରଖୁନି, ଅଯଥା ଯୁକ୍ତି କରୁଛି' । ଲୋକେ କାହିଁକି ଦାଦନ ଖଟିବାକୁ ଯାଉଛନ୍ତି, ମେଡିକାଲରେ କାହିଁକି ଡାକ୍ତର ନାହାନ୍ତି ? । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ କହି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ କହି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ । ଗରିବଙ୍କ ଦୁଃଖ କ'ଣ ଜାଣିଛନ୍ତି ମୋଦି, ତାଙ୍କ ନେତୃତ୍ବରେ ଓଡ଼ିଶାର ଦ୍ରୁତ ବିକାଶ ହେବ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ତାତିରୁ ତ୍ରାହି ମିଳିଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଦେଖାଯାଉନି । ସେହିପରି ଅନେକ ସ୍ଥାନରେ ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୩ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ କମିବା ନେଇ ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଛି । କାଳବୈଶାଖୀ ଯୋଗୁ ଆଜି ମଧ୍ୟ ତାପମାତ୍ରା କମ ରହିବା ନେଇ ଆକଳନ କରାଯାଇଛି । ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରାରେ ବିଶେଷ ବୃଦ୍ଧି ଘଟିବ ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ଅକଳନ କରିଛି ।
ସକାଳେ ଖରା ଅପରାହ୍ନରେ ହେବ କାଳବୈଶାଖୀ । ଆସନ୍ତା 5 ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ। ଖାସ କରି ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହୁଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି । ଏହାକୁ ନଜରରେ ରଖି ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ୟେଲୋ ବାର୍ଣିଂ ଜାରି କରାଯାଇଛି । ମୟୁରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଆଦି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି । ଟ୍ଵିନ ସିଟିରେ 40 ଡିଗ୍ରୀ ତଳେ ରହିବ ପାରଦ । ଅପରାହ୍ନରେ ବିଜୁଳି ଘଡଘଡି ସହିତ ବର୍ଷା ହେବ ତା ସାଙ୍ଗକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହୁଛି । ସମୁଦ୍ରରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ସ୍ଥଳଭାଗକୁ ଆସୁଥିବା ଯୋଗୁଁ ବର୍ଷା ହେଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: