ପାଞ୍ଚ ମାସ ଧରି ଜେଲରେ ରହିବା ପରେ ହାଇକୋର୍ଟରୁ ତାଙ୍କୁ ବେଲ୍ ମିଳିଛି। ଜୁନ୍ ୨୮ରେ ହାଇକୋର୍ଟ ବେଲ୍ ଦେବା ପରେ ଜାମିନରେ ମୁକୁଳିଛନ୍ତି ସୋରେନ୍। ଆଜି ରାଞ୍ଚିରେ ଆୟୋଜିତ ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେଇଥିଲେ ହେମନ୍ତ ସୋରେନ ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ହେମନ୍ତ ସୋରେନ ଜେଲ୍ରୁ ଫେରିବା ପରେ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସୋରେନ । ଜେଲ୍ରୁ ଫେରିବା ପରେ ହେମନ୍ତ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ହେମନ୍ତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିବା ପରେ ତାଙ୍କର ଘନିଷ୍ଠ ସହଯୋଗୀ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଜାନୁଆରୀ ୩୧ରେ ଇଡି ହେମନ୍ତଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା।
ପାଞ୍ଚ ମାସ ଧରି ଜେଲରେ ରହିବା ପରେ ହାଇକୋର୍ଟରୁ ତାଙ୍କୁ ବେଲ୍ ମିଳିଛି। ଜୁନ୍ ୨୮ରେ ହାଇକୋର୍ଟ ବେଲ୍ ଦେବା ପରେ ଜାମିନରେ ମୁକୁଳିଛନ୍ତି ସୋରେନ୍। ଆଜି ରାଞ୍ଚିରେ ଆୟୋଜିତ ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେଇଥିଲେ ହେମନ୍ତ ସୋରେନ ।
ଅଧିକ ପଢନ୍ତୁ ଭାରତ ଖବର
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ କରିଛି । ଲକ୍ଷାଧିକ ଟଙ୍କାର ଇଲେକଟ୍ରିକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍ କିଷାନରୁ ବାଦ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯିବ । କାଳିଆରେ 46 ଲକ୍ଷ ଚାଷୀ ସାମିଲ ଥିବା ବେଳେ ପିଏମ୍ କିଷାନରେ ମାତ୍ର 31 ଲକ୍ଷ ଚାଷୀ ଅନ୍ତର୍ଭୁକ୍ତ ହୋଇଛନ୍ତି । ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୃଷି ବିଭାଗର ବୈଠକ ପରେ ଏ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ସବଡିଭିଜନ ସ୍ତରରେ 58ଟି ଶୀତଳ ଭଣ୍ଡାର ନିର୍ମାଣ ହେବ ବୋଲି କହିଛନ୍ତି CM ।
କୃଷି ବିଭାଗ ବୈଠକ ପୂର୍ବରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ 'ମା ପାଇଁ ଗଛଟିଏ' କାର୍ଯ୍ୟକ୍ରମରେ ଯୋଗ ଦେଇ ଚାରା ରୋପଣ କରୁଥିଲେ । ଏହା ପୂର୍ବରୁ ପୁରୀରେ ମୁଖ୍ୟମନ୍ତ୍ରୀରେ ପହଞ୍ଚି ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିଲେ । ବଡ଼ଦାଣ୍ଡ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସହ ମିଶି ବଡ଼ଦାଣ୍ଡରେ ସଫେଇ କରିଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...