Videos
|
National

ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା, ଭାଙ୍ଗିଲାଣି ବଡ ବଡ ଗଛ

Smruti Parija
Browse all articles by Smruti Parija
·2 years ago·2 min read
ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା, ଭାଙ୍ଗିଲାଣି ବଡ ବଡ ଗଛ

Key Points

  • ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା 'ମିଚୋଁଗ୍' 
  • ଆସନ୍ତାକାଲି ଆନ୍ଧ୍ରପ୍ରଦେଶରେ କରିବ ଲ୍ୟାଣ୍ଡଫଲ୍‌ !
  • ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା, ପବନ
  • ଭାଙ୍ଗିଲାଣି ବଡ ବଡ ଗଛ
     

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବାତ୍ୟା ମିଚୋଁଗ୍ ପୁଡୁଚେରୀରୁ ପ୍ରାୟ ୨୧୦ ଓ ଚେନ୍ନାଇରୁ ୧୫୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ଘଣ୍ଟାକୁ ପ୍ରାୟ ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା 'ମିଚୋଁଗ୍' । ପ୍ରଭାବରେ ଗତକାଲିଠି ତାମିଲନାଡୁର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଚେନ୍ନାଇରେ ଜୋରରେ ପବନ ମଧ୍ୟ ବହିବା ଆରମ୍ଭ ହୋଇଗଲାଣି । ଫଳରେ ବଡ ବଡ ଗଛ ରାସ୍ତାରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳୁଛି । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି । ବସ ଷ୍ଟପ୍, ରେଳଷ୍ଟେସନ ସବୁଠି ଜଳ ମଗ୍ନ । ସମୟ ଯେତେ ବଢୁଛି ଲୋକଙ୍କ ମନରେ ଛନକା ସେତେ ବଢୁଛି ।

 

କାଲି ମଧ୍ୟାହ୍ନ ସମୟରେ ଆନ୍ଧ୍ରର ନେଲୋର୍‌ ଓ ମଚ୍ଛଲିପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶାରେ ମଧ୍ୟ ରହିବ ବାତ୍ୟାର ପ୍ରଭାବ । ଆଜିଠୁ ବର୍ଷା ଆରମ୍ଭ ହେବ ଏବଂ ୫ ତାରିଖରେ ପ୍ରବଳ ବର୍ଷିବ । ୭ ତାରିଖ ଯାଏ ର୍ଷା ହେବାର ସମ୍ଭାବନା ରହିଛି । ତେବେ ବେଶି ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା । ପବନର ଭୟ ନଥିଲେ ବି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । 

ଚାଷ ନଷ୍ଟ ହେବାର ଆଶଙ୍କା ଥିବାରୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନ କରାଇଛି । ଧାର କରଜ କରି ଏକର ଏକର ଜମିରେ ଧାନ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ।  ସେପଟେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି NDRF ଟିମ୍‌ । ଓଡ଼ିଶା, ମଧ୍ୟପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀ ପାଇଁ ୧୮ଟି ଟିମ୍‌ ନିଯୁକ୍ତ କରାଯାଇଛି । ଆଉ ୧୦ଟି ଟିମକୁ ଆଲର୍ଟ ମୋଡରେ ରଖାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
cyclone-michaung-update-news | Argus News