ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ, ରସୁଣ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ । ପ୍ରତ୍ୟେକ ଦିନ ରସୁଣର ଦୁଇଟି କୋଲା ଖାଇବାଦ୍ୱାରା ଶରୀରକୁ ଲାଭ ହୋଇଥାଏ । ଏ କଥା ଆମେ ନୁହେଁ ବରଂ ଡାକ୍ତର ରାକେଶ ଗୁପ୍ତା କହିଛନ୍ତି । କାରଣ ରସୁଣ ଲାଭଦାୟକ ବୋଲି ପୂର୍ବରୁ ଆମେ ବି ଜାଣିଛନ୍ତି । ଖାଲି ଏତିକି ନୁହେଁ ବରଂ ରସୁଣ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ରହିନଥାଏ। କୋଲେଷ୍ଟରକୁ କଣ୍ଟ୍ରୋଲ କରିଥାଏ ରସୁଣ। ଏଥିସହିତ ମୋଟାପା କମାଇବାରେ ସାହାଯ୍ୟ କରିଥାଏ ରସୁଣ। କଞ୍ଚା ରସୁଣ ହାଇବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ବେସ୍ ଲାଭଦାୟକ। ରସୁଣ ଖାଇବା ଦ୍ୱାରା ଡାଇଜେସନ ବହୁତ ଭଲ ହୋଇଥାଏ। ଏଥିସହିତ ଏହାର ସେବନ ଦ୍ୱାରା ଇମ୍ୟୁନିଟି ମଧ୍ୟ ବୁଷ୍ଟ ହୋଇଥାଏ।
ଅଧିକ ପଢନ୍ତୁ ଭାରତ ଖବର