ତାଙ୍କ ଦିନ ଆରମ୍ଭ ହୁଏ ସକାଳ 4.30 ରେ । ଆଉ 6.30 ସୁଦ୍ଧା ସେ ପ୍ରଥମ ଘରେ ଟିଉସନ କରାଇବାକୁ ପହଞ୍ଚି ଯାଆନ୍ତି । ଆଉ ସେତେବେଳୁ ସେ ଗୋଟିଏ ପରେ ଗୋଟିଏ ଘରକୁ ଚାଲି ଚାଲି ଟିଉସନ କରିବାକୁ ଯାଆନ୍ତି । ଟିଉସନ ସାରି ଘରେ ପହଞ୍ଚିବା ବେଳକୁ ହୋଇଯାଏ ରାତି ।
ନାରାୟଣୀ ଟିଚର୍ 1971 ମସିହାରେ ଦଶମ ପାସ କରିଥିଲେ । କେବେ ବି କଲେଜ ମାଟି ମାଡିନାହାନ୍ତି । ହେଲେ ତାଙ୍କୁ 4ଟି ଭାଷା ଆସେ । ଇଂରାଜୀ,ମାଲାୟଲମ, ହିନ୍ଦୀ ଓ ସଂସ୍କୃତରେ ସେ ପାରଙ୍ଗମ । ସେ 15 ବର୍ଷ ବୟସରୁ ପାଠ ପଢାଇବା ଆରମ୍ଭ କରିଥିଲେ । କିନ୍ତୁ ସ୍କୁଲ ଟିଚର୍ ନଥିଲେ ।
ଗତ 50 ବର୍ଷ ହେଲାଣି ସେ ଶିକ୍ଷକତା କରୁଛନ୍ତି । ଆଉ ତାଙ୍କର ସମସ୍ତଙ୍କ ଛାତ୍ର ସେ ପଠାଉଥିବା ବିଷୟରେ ଭଲ ମାର୍କ ରଖନ୍ତି ବୋଲି କହିଛନ୍ତି ନାରାୟଣୀ ଟିଚର୍ ।
ଏନେଇ ନାରାୟଣୀ ଟିଚର୍ କୁହନ୍ତି ଯେ ପର୍ଯ୍ୟନ୍ତ ମୋ ସ୍ୱାସ୍ଥ୍ୟ ଭଲ ଅଛି ସେତେବେଳ ଯାଏଁ ମୁଁ ଏମିତି ଚାଲି ଚାଲି ଯିବି ପିଲାଙ୍କୁ ପାଠ ପଢାଇବି । ଏପରିକି ସେ କୋରୋନା ସମୟରେ ବି ପିଲାଙ୍କ କ୍ଲାସ ବନ୍ଦ କରିନାହାନ୍ତି । ଲକଡାଉନରେ ବି ପିଲାଙ୍କୁ ପାଠ ପଢାଇଛନ୍ତି ।
କେରଳର କାସରଗୁଡ ଅଞ୍ଚଳରେ ଏକ ଭଡା ଘରେ ରୁହନ୍ତି ନାରାୟଣୀ ଟିଚର୍ ଏବଂ ତାଙ୍କ ସ୍ୱାମୀ । ଆଉ ତାଙ୍କର ଏକ ସ୍ୱପ୍ନ ହେଉଛି କିପରି ଘଡା ଘରୁ ନିଜର ଏକ ଘର ଟିଏ କରିବେ । ଭଲରେ ରହିବେ ।
ବୁଝିଛନ୍ତି ଶିକ୍ଷାର ମହତ୍ତ୍ୱ । ଜାଣିଛନ୍ତି ପାଠ ଦି ଅକ୍ଷର ପଢିଥିଲେ ଖାଲି ନିଜେ ନୁହେଁ ଗୋଟେ ପରିବାର, ଗୋଟେ ସମାଜ ଶିକ୍ଷିତ ହେବ । ସେଥିପାଇଁ ତ 65 ବର୍ଷ ବୟସରେ ବି ସେ ଘର ଘର ବୁଲି ପିଲାଙ୍କୁ ପାଠ ପଢାଉଛନ୍ତି ।