14 ବର୍ଷ ଧରି କ୍ଷମତାରେ ଥିଲା କନଜରଭେଟିଭ୍ ପାର୍ଟି
ୟ୧୪ ବର୍ଷ ଧରି କ୍ଷମତାରେ ଥିଲା କନଜରଭେଟିଭ୍ ପାର୍ଟି । ଏହି ସମୟରେ ୟୁନାଇଟେଡ୍ କିଙ୍ଗମ୍ରେ ୫ମ ପ୍ରଧାନମନ୍ତ୍ରୀ ଦେଖିବାକୁ ମିଳିଥିଲେ କନଜରଭେଟିଭ୍ ପାର୍ଟିର । ୨୦୧୦ରେ ହୋଇଥିବା ସାଧାରଣ ନିର୍ବାଚନରେ କନଜରଭେଟିଭ୍ ପାର୍ଟିକୁ ମିଳିଥିଲା ବିଜୟ। ଏହା ପରେ ପିଏମ ହୋଇଥିଲେ ଡେଭିଡ୍ କୈମରନ । ଏହାର ପରେ ୨୦୧୫ରେ ୟୁକେ ନିର୍ବାଚନରେ କନଜରଭେଟିଭ୍ ପାର୍ଟିର ଦ୍ୱିତୀୟ ଥର ବିଜୟ ହୋଇଥିଲା। କୈମରିନ୍ ପୁନର୍ବାର ପିଏମ ହେଲେ। କିନ୍ତୁ ୨୦୧୬ରେ ତାଙ୍କୁ ପଦ ଛାଡିବାକୁ ପଡିଥିଲା। ତାଙ୍କ ସ୍ଥାନରେ କନଜରଭେଟିଭ୍ ପାର୍ଟି ଟେରେସା ମେ ଙ୍କୁ ପ୍ରଧାନମନ୍ତ୍ରୀ କରିଥିଲା। ସେ ପିଏମ ପଦରେ ୨୦୧୯ ପର୍ଯ୍ୟନ୍ତ ରହିଥିଲେ। ୨୦୧୯ରେ ବୋରିସ ଜନସନ ୟୁକେ ର ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ତାଙ୍କୁ ମଝିରେ ପଦ ଛାଡିବାକୁ ପଡିଥିଲା। ତେଣୁ ଲିଜ୍ ଟ୍ରସ ପିଏମ ହୋଇଥିଲେ। ସେ ମଧ୍ୟ ୫୦ ଦିନ ପଦରେ ରହିପାରିଥିଲେ। ତାଙ୍କ ସ୍ଥାନରେ ଋଷି ସୁନକଙ୍କୁ ୟୁକେର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଥିଲା।
ଅଧିକ ଦେଖନ୍ତୁ :