କେନ୍ଦ୍ର ମନ୍ତ୍ରାଳୟ ୨୦୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କୁ ମୁଦ୍ରା ଲୋନ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ । ମୁଦ୍ରା ଲୋନକୁ ୨୦ ଲକ୍ଷ ଟଙ୍କା କରିବାକୁ କୁହାଯାଇଥିଲା, ଯାହା ପୂର୍ବରୁ ୧୦ ଲକ୍ଷ ଟଙ୍କା ଥିଲ ।
ଅଧିକ ପଢ଼ନ୍ତୁ: ବଜେଟ ୨୦୨୪: ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା
ଅର୍ଗସ ବ୍ୟୁରୋ: ସାଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପିତ ହୋଇଛି। ଚଳିତ ବଜେଟରେ ମୁଦ୍ରା ଯୋଜନାକୁ ବିଶେଷ ଧ୍ୟାନ ଦିଆଯାଇଛି। ମୁଦ୍ରା ଲୋନର ପରିମାଣ ବୃଦ୍ଧି ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ମୁଦ୍ରା ଲୋନ୍ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ। ଲୋନ୍ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା । ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍ ପାଇପାରିବେ । ଯେଉଁମାନେ ପୂର୍ବରୁ ମୁଦ୍ରା ଲୋନ ନେଇ ତାକୁ ପରିଶୋଧ କରିଛନ୍ତି ସେମାନଙ୍କ ପାଇଁ ମୁଦ୍ରା ଲୋନ ବୃଦ୍ଧି କରାଯାଇ ୨୦ ଲକ୍ଷ ଟଙ୍କା କରାଯାଇଛି । ମୁଦ୍ରା ଲୋନ ଏକ ସରକାରୀ ଯୋଜନା । ଯେଉଁ ମାଧ୍ୟମରେ ଉଦ୍ଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇଥାଏ । ଏହା ଅଧୀନରେ ୩ଟି ଶ୍ରେଣୀ ରହିଛି । ଶିଶୁ( ୫୦ ହଜାର ଟଙ୍କା), କିଶୋର(୫୦ ହଜାରରୁ ୫ ଲକ୍ଷ ଟଙ୍କା), ତରୁଣ(୫ରୁ ୧୦ ଲକ୍ଷ ଟଙ୍କା) ।
କେନ୍ଦ୍ର ମନ୍ତ୍ରାଳୟ ୨୦୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କୁ ମୁଦ୍ରା ଲୋନ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ । ମୁଦ୍ରା ଲୋନକୁ ୨୦ ଲକ୍ଷ ଟଙ୍କା କରିବାକୁ କୁହାଯାଇଥିଲା, ଯାହା ପୂର୍ବରୁ ୧୦ ଲକ୍ଷ ଟଙ୍କା ଥିଲ ।
ଅଧିକ ପଢ଼ନ୍ତୁ: ବଜେଟ ୨୦୨୪: ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା
ଅର୍ଗସ ବ୍ୟୁରୋ: ନୂଆଁଖାଇ ଉପଲକ୍ଷେ ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବେ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଏହି ଯୋଜନାର ଦୁଇ ହଜାର ଟଙ୍କା ଦୁଇଟି କିସ୍ତିରେ ଦିଆଯିବ। ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ ଏହି କିଷାନ ସହାୟତା ଦିଆଯିବ।
ଡିବିଟି ମାଧ୍ୟମରେ ଚାଷୀଙ୍କୁ ମିଳିବ ସହାୟତା । ୯୨୫ କୋଟିରୁ ଅଧିକ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ । ସମ୍ବଲପୁରରେ ସିଏମ୍ କିଷାନ ସହାୟତା ଶୁଭାରମ୍ଭ କରିବେ ମୋହନ ମାଝୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଘର ଲିପା ପୋଛା ସହ ସାଜସଜ୍ଜା । କୃଷି ଭିତ୍ତିକ ଗଣପର୍ବକୁ ପାଳନ କରିବାକୁ ପ୍ରତି ଘରେ, ପ୍ରତି ପରିବାରରେ ଉତ୍ସାହ ଉଦ୍ଦୀପନା । ବର୍ଷକେ ଥରେ ଭାଇ ବନ୍ଧୁ, ପରିଜନ ସମ୍ପର୍କୀୟ ସମସ୍ତଙ୍କ ମିଳନର ନିଆରା ପରମ୍ପରା। ଏଥିପାଇଁ ତ ଯିଏ ଯେତେ ଦୂରରେ ଥିଲେ ବି ଘର ମୁହାଁ ହୁଅନ୍ତି । ତେବେ ସମ୍ବଲପୁରରେ ସକାଳ 9ଟା 12ରୁ 9ଟା 27 ଓ ବଲାଙ୍ଗିର ଜିଲ୍ଲାରେ 9ଟା 35ରୁ 10ଟା 7 ମଧ୍ୟରେ ନବାନ୍ନ ଲାଗି ହୋଇଛି ଲଗ୍ନ ନିର୍ଦ୍ଧାରଣ।
ନିର୍ଦ୍ଧାରିତ ଲଗ୍ନ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ପୀଠରେ ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ ଲାଗି କରାଯିବ । ସେହିପରି ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀ ଓ ପାଟଣେଶ୍ବରୀ, ସୋନପୁରର ସୁରେଶ୍ବରୀଙ୍କ ପୀଠରେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ପରେ ନୂଆ ଖାଇବେ ଜିଲ୍ଲାବାସୀ। ନୂଆଁଖାଇ ପାଇଁ ଘରେ ଘରେ ଚାଲିଛି ପିଠା ପଣା ପ୍ରସ୍ତୁତି । ଗାଁ ଗାଁରେ ଝାଙ୍କର ଗ୍ରାମ ଦେବଦେବୀଙ୍କ ପୂଜା ସାରି କରି ଘର ଘର ବୁଲି ନୂଆଁ ସରିଆଁ ଧାନ ଦେଇଥାଏ । ଘରର ସବୁ ସଦସ୍ୟ ଏକାଠି ବସି ନୂଆଁ ଖାଇବା ସହ ବଡ଼ମାନଙ୍କୁ ଜୁହାର ଭେଟ ହେବାର ପରମ୍ପରା ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ନିର୍ଯାତନା ଏ ଶବ୍ଦ କେବଳ ଭାରତ ଭିତରେ ସୀମିତ ନୁହେଁ। ଏ ଶବ୍ଦ ସାରା ବିଶ୍ବରେ ନାରୀ ସମାଜ ଉପରେ ପ୍ରଭାବ ପକାଉଛି। ପୁରୁଷ କେବଳ ନିଜର ସୀମିତ ସ୍ବାର୍ଥ ପାଇଁ ନାରୀର ସ୍ବପ୍ନକୁ ଜଳାଞ୍ଜଳୀ ଦେବାକୁ ପଛାଉ ନାହିଁ। ଆଉ ଶେଷରେ ଜୀବନ ନେଉଛି ପୁରୁଷରୂପୀ ନରରାକ୍ଷସ।
ନିକଟରେ କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ସହ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ସେ ଘଟଣା ମନରୁ ନ ଲିଭୁଣୁ ଉଗାଣ୍ଡା ଅଲିମ୍ପିକ୍ସ ଆଥଲେଟଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ପୁଣି ଥରେ ଏହି ଘଟଣା ସମସ୍ତଙ୍କୁ ହତବାକ କରିଛି। ମୃତ୍ୟୁ କଣ କେବେ ଏମିତି ହୋଇପାରେ। କାହିଁକି? ସମାଜ ଏବେ ଏତେ କଳୁଷିତ କାହିଁକି ହୋଇଚାଲିଛି। କାହାକୁ ପେଟ୍ରୋଲ ଢାଳିକି ହତ୍ୟା କରିବା ଏହା କିଭଳି ସମ୍ଭବ। ଭାବିଲା ବେଳକୁ ହିଁ ଡର ଲାଗୁଛି। କିନ୍ତୁ ଏଭଳି ଘଟିଛି।
ପେଟ୍ରୋଲ ଢାଳି ଜାଳିଦେଲା ଜହ୍ଲାଦ ପ୍ରେମିକ। ଉଗାଣ୍ଡା ଅଲିମ୍ପିକ୍ ଆଥଲେଟ୍ ରେବେକା ଚେପ୍ଟେଗିଙ୍କ ମୃତ୍ୟୁ ଘଟିଛି। ଉଗାଣ୍ଡା ଅଧିକାରୀଙ୍କ କହିବା ଅନୁଯାୟୀ, ତାଙ୍କ ପ୍ରେମିକ ତାଙ୍କ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ୩୩ ବର୍ଷୀୟ ମାରାଥନ୍ ଧାବିକା ନିକଟରେ ସରିଥିବା ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ାରେ ଭାଗ ନେଇଥିଲେ। ରବିବାର ଆକ୍ରମଣରେ ସେ ଗୁରୁତର ଭାବେ ଜଳି ଯାଇଥିବା ଡାକ୍ତରମାନେ କହିଥିଲେ।
ସେପଟେ ଉତ୍ତର-ପଶ୍ଚିମ କେନିଆର ଅଧିକାରୀମାନେ କହିଛନ୍ତି ଯେ ରେବେକା ଚର୍ଚ୍ଚରୁ ଫେରୁଥିବା ବେଳେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ରେବେକା ଉତ୍ତର-ପଶ୍ଚିମ କେନିଆରେ ରହୁଥିଲେ ଏବଂ ଏଠାରେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ଆଥଲେଟ୍ ଓ ତାଙ୍କ ପାର୍ଟନରଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଘଟଣାର ତଦନ୍ତ ଚଳାଇଛି।
ଉଗାଣ୍ଡା ଆଥଲେଟ୍ ମହାସଂଘ ଏକ୍ସରେ ଲେଖିଛି, “ଅତ୍ୟନ୍ତ ଦୁଃଖର ସହ ଆମର ଜଣେ ଆଥଲେଟ୍ ରେବେକା ଚେପ୍ଟେଗିଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ସେ ଘରୋଇ ହିଂସାର ଶିକାର ହୋଇଥିଲେ। ଆମେ ଏଭଳି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହ ନ୍ୟାୟ ଦାବି କରୁଛୁ। ରେବେକାଙ୍କ ପରିବାର ଲୋକେ ମୃତ୍ୟୁ ସମ୍ପର୍କରେ କୌଣସି ବୟାନ ଦେଇ ନ ଥିଲେ ମଧ୍ୟ ତାଙ୍କୁ ଭର୍ତ୍ତି ହୋଇଥିବା ଡାକ୍ତରଖାନାରେ ଚିକିତ୍ସା କରିଥିବା ଡାକ୍ତର ଓଭେନ୍ ମେନେଶ କହିଛନ୍ତି ଯେ ମଲ୍ଟି ଅର୍ଗାନ ଫେଲ୍ୟୁୟର ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଘଟଣାରେ ଆଥଲେଟଙ୍କୁ ତୁରନ୍ତ ନ୍ୟାୟ ମିଳିବା ଦରକାର। ଏବଂ ତାଙ୍କ ପ୍ରେମିକଙ୍କୁ କଠୋର ଦଣ୍ଡ ମିଳିବା ଦରକାର।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର