ଅଧିକ ପଢନ୍ତୁ : ଚାଲିଛି ଭୋଟ ଗଣତି, ଦୁଇଟି ସ୍ଥାନରେ ଆଗରେ ଚାଲିଛି ବିଜେପି
ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପି ଆଗୁଆ ରହିଥିବା ବେଳେ ଛତିଶଡରେ ବିଜେପି-କଂଗ୍ରେସର ଟକ୍କର ଚାଲିଛି। ତେଲେଙ୍ଗନାରେ କଂଗ୍ରେସ ମଧ୍ୟ ଆଗୁଆ ରହିଛି। ଆଜି ୪ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗନାର ଚାଲିଛି ଭୋଟ ଗଣତି ।
ମଧ୍ୟପ୍ରଦେଶରେ ୧୬ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିବା ଶିବରାଜ ଏବେ ପୁଣି ଭୋଟରଙ୍କ ମନ ଜିତୁଥିବାର ଦେଖିବାକୁ ମିଳୁଛି। ୪ ଟି ରାଜ୍ୟରେ ଭୋଟ୍ ଗଣତି ମଧ୍ୟରେ ମଧ୍ୟପ୍ରଦେଶ ରହିଛି ଆଗୁଆ। ଶିବରାଜଙ୍କ ନାରା ଲଗାଇଛନ୍ତି ରାଜ୍ୟବାସୀ। ମଧ୍ୟପ୍ରଦେଶରେ ବମ୍ଫର ବହୁମତ ସହିତ ମଧ୍ୟ ପ୍ରଦେଶରେ ପୁଣି ବିଜେପିଫେରୁଛି।