ବଡ ବଡ ରାଜନେତାଙ୍କ ସମେତ ଅନେକ ସେଲିବ୍ରିଟି ଗଣତନ୍ତ୍ରର ମହାନପର୍ବରେ ସାମିଲ ହୋଇ ଭୋଟ ଦେଉଛନ୍ତି । ଗଣତନ୍ତ୍ରର ଏହି ପର୍ବରେ ସମସ୍ତେ ନିଜ ମତ ସାବସ୍ତ କରିବା ଉଚ୍ଚ୍ିତ୍ ବୋଲି ପ୍ରତିକ୍ରିୟା ରଖିଛନ୍ତି ଲୋକପ୍ରିୟ ଅଭିନେତା ଅନୁପମ୍ ଖେର୍..ମହାରାଷ୍ଟ୍ରରେ ଦୁଇ ମେଣ୍ଟ ମହାୟୁତି ଓ ମହା ବିକାଶ ଅଘାଡି ମଧ୍ୟରେ ଜୋରଦାର ଲଢେଇ ହେଉଛି । ମହାୟୁତିରେ ରହିଛି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଓ ମହା ବିକାଶ ଅଘାଡିରେ ରହିଛି ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ।
ଏହି ନିର୍ବାଚନରେ ବିଜେପି ୧୪୮ ଆସନରେ, ଶିନ୍ଦେଗୋଷ୍ଠୀ ଶିବସେନା ୮୦ ଆସନରେ ଓ ଅଜିତ୍ ପାୱାରଙ୍କ ଏନସିପି ୫୩ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । ସେପଟେ ଉତ୍ତରପ୍ରଦେଶରେ ବି ବିଧାନସଭା ଉପ-ନିର୍ବାଚନ ପାଇଁ ମତଦାନ । ଆଜି ଉତ୍ତର ପ୍ରଦେଶରେ ଥିବା ୯ଟି ଆସନରେ ଭୋଟିଂ ହେଉଥିବା ବେଳେ ଏହି ସମସ୍ତ ରାଜ୍ୟରେ ହେବାକୁ ଥିବା ନିର୍ବାଚନର ଫଳାଫଳ ନଭେମ୍ବର ୨୩ରେ ଗଣନା କରାଯିବ।