Videos
|
National

କୁଳପତି ହେବା ପାଇଁ ଚାହୁଁଛନ୍ତି ପାକିସ୍ତାନର ଏକ୍ସ-ପିଏମ୍‌

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କୁଳପତି ହେବା ପାଇଁ ଚାହୁଁଛନ୍ତି ପାକିସ୍ତାନର ଏକ୍ସ-ପିଏମ୍‌

Key Points

 

  • କୁଳପତି ହେବା ପାଇଁ ଚାହୁଁଛନ୍ତି ପାକିସ୍ତାନର ଏକ୍ସ-ପିଏମ୍‌
  • ଜେଲ୍‌ରେ ବନ୍ଦୀ ଥିବା ଅବସ୍ଥାରେ ଇମ୍ରାନ ଦେଖୁଛନ୍ତି ସ୍ଵପ୍ନ

ଅର୍ଗସ ବ୍ୟୁରୋ: ଅକ୍ସପୋର୍ଡ ୟୁନିଭରସିଟିରେ କୁଳପତି ହେବାକୁ ଇଚ୍ଛା କରୁଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ବର୍ତ୍ତମାନ ସେ ନିଜ ଦେଶର ଜେଲରେ ବନ୍ଦୀ ଅଛନ୍ତି, ହେଲେ ଜେଲର ଅନ୍ଧାର କଠୋରୀରୁ ମୁକ୍ତ ହୋଇ ଅକ୍ସପୋର୍ଡ ଯିବାକୁ ଇମ୍ରାନଙ୍କ ଇଚ୍ଛା ଜଣାପଡ଼ିବା ପରେ ଏବେ ଜୋରଦାର ଚର୍ଚ୍ଚା ହେଉଛି । କାରଣ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ବେଳେ ନିଜ ଦେଶକୁ ଠିକ୍‌ରେ ଚଳାଇପାରିଲେ ନାହିଁ । ଯେଉଁଥି ଲାଗି ପ୍ରଧାନମନ୍ତ୍ରୀର ପଦ ହରାଇଥିଲେ । ଖାଲି ପ୍ରଧାନମନ୍ତ୍ରୀ ପଦ ହରାଇଲେ ତାହା ନୁହେଁ ବରଂ ଜେଲରେ ବି ବନ୍ଦୀ ରହିଲେ । ଏବେ କିନ୍ତୁ ଅକ୍ସପୋର୍ଡ ଯିବାକୁ ଚାହୁଁଥିବାରୁ ବଢିବାରେ ଲାଗିଛି ଚର୍ଚ୍ଚା ।

ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ ଏ ଇନ୍‌ସାଫ୍‌ (ପିଟିଆଇ)ର ପୂର୍ବ ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଅକ୍ସ୍‌ଫୋର୍ଡ ବିଶ୍ଵବିଦ୍ୟାଳୟର କୁଳପତି ପଦବି ପାଇଁ ଆବେଦନ ଦାଖଲ କରିଛନ୍ତି । ଇମ୍ରାନ୍‌ଙ୍କ ଆବେଦନପତ୍ର ଦାଖଲ ସମ୍ପର୍କରେ ସୂଚନା ଦେଇ ଲଣ୍ଡନ ସ୍ଥିତ ପିଟିଆଇ ମୁଖପାତ୍ର ସୟଦ୍‌ ଜୁଲ୍‌ଫିକର ବୁଖାରି କହିଛନ୍ତି, ଏହା ଏକ ସମ୍ମାନସୂଚକ ପଦବି। ଯଦି ତାଙ୍କ ଆବେଦନ ଅନୁସାରେ ସେ ଚୟନ ହୁଅନ୍ତି ତାହାଲେ ୧୦ ବର୍ଷ ଲାଗି କୁଳପତି ଦାୟିତ୍ଵ ସମ୍ଭାଳିବେ । ଖାଲି ଏତିକି ନୁହେଁ ବରଂ ସେ ପ୍ରଥମ ଏସୀୟ ଭାବେ ଏହି ସମ୍ମାନର ଅଧିକାରୀ ହେବେ । 

ସୂଚନା ଅନୁସାରେ, ୧୯୭୫ରେ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରୁ ଇମ୍ରାନ୍‌ ରାଜନୀତି ଓ ଅର୍ଥନୀତିରେ ପାଠ ପଢୁଥିଲେ । ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ ପୂର୍ବରୁ ୨୦୦୫ରୁ ୨୦୧୪ ମଧ୍ୟରେ ଇମ୍ରାନ୍‌ ବ୍ରାଡ୍‌ଫର୍ଡ ବିଶ୍ଵବିଦ୍ୟାଳୟର କୁଳପତି ଭାବେ ମଧ୍ୟ ଦାୟିତ୍ଵ ତୁଲାଇଥିଲେ । ତେଣୁ ଅକ୍ସପୋର୍ଡରେ କୁଳପତି ହେବାକୁ ଇଚ୍ଛା ବଳାଇଛନ୍ତି ଇମ୍ରାନ । ତେବେ ଇମ୍ରାନଙ୍କ ଆବେଦନକୁ ନେଇ ଜାତୀୟଠୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି, ଜଣାଶୁଣା ବ୍ୟକ୍ତିତ୍ଵ ହୋଇଥିଲେ ବି ସେ ପଦବୀ ଲାଗି ଯୋଗ୍ୟ ବିବେଚିତ ହେବେନି ଇମ୍ରାନ । କାରଣ ବ୍ରିଟେନର ପୂର୍ବ ‌ବିଦେଶ ସଚିବ ୱିଲିୟମ୍‌ ହଗ୍‌, ପୂର୍ବତନ ୟୁରୋପୀୟ ବାଣିଜ୍ୟ କମିସନର ପିଟର ମଣ୍ଡେଲସନ୍‌, ପୂର୍ବ ୟୁକେ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର୍‌, ବୋରିସ୍‌ ଜନ୍‌ସନ୍‌ ପ୍ରମୁଖଙ୍କ ସହ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଏହି ପଦ ପାଇଁ ଆବେଦନ କରିଛନ୍ତି ।

ମୋଟ୍‌ ଉପରେ, ଇମ୍ରାନଙ୍କୁ ନେଇ ଅନେକ ଦିନ ହେଲାଣି ପାକିସ୍ତାନରେ ଚର୍ଚ୍ଚା ଚାଲିଛି । ପଦରେ ଥିବା ପରେ ବି ଦେଶକୁ ଠିକ୍‌ରେ ସେ ସମ୍ଭାଳି ପାରୁନଥିବାରୁ ତାଙ୍କର ପଦ ଯିବା ସହିତ ଅନେକ ବିବାଦରେ ସେ ଛନ୍ଦି ହୋଇଥିଲେ । ତେଣୁ ଏହି ସମ୍ମାନଜକ ପଦବୀ ପାଇଁ ସେ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି କୁହାଯାଉଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: