ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦେଶବାସୀଙ୍କୁ ମନର କଥା କହିବେ ମୋଦି । 110 ତମ ମନ କି ବାତ୍ କାର୍ଯ୍ୟକ୍ରମ ଆଜି ହେବାକୁ ଯାଉଛି। ସକାଳ ୧୧ଟାରେ ପିଏମଙ୍କ ମନ ପି ବାତ ବ୍ରଡକାଷ୍ଟ ହେବ । ଏହା ମୋଦିଙ୍କ ୨୦୨୪ର ଦ୍ୱିତୀୟ ମନ କି ବାତ କାର୍ଯ୍ୟକ୍ରମ ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷର ଦ୍ବିତୀୟ ମନ କି ବାତ୍ କାର୍ଯ୍ୟକ୍ରମ ।
ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦେଶବାସୀଙ୍କୁ ମନର କଥା କହିବେ ମୋଦି । 110 ତମ ମନ କି ବାତ୍ କାର୍ଯ୍ୟକ୍ରମ ଆଜି ହେବାକୁ ଯାଉଛି। ସକାଳ ୧୧ଟାରେ ପିଏମଙ୍କ ମନ ପି ବାତ ବ୍ରଡକାଷ୍ଟ ହେବ । ଏହା ମୋଦିଙ୍କ ୨୦୨୪ର ଦ୍ୱିତୀୟ ମନ କି ବାତ କାର୍ଯ୍ୟକ୍ରମ ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଭୈରବ ପାଣ୍ଡିଆନଙ୍କ ଏପରି ବୟାନ ପରେ ଓଡ଼ିଶା ରାଜନୀତିରେ ଏବେ ସିନ୍ଦେ ସିଣ୍ଡ୍ରୋମ୍ କୁ ନେଇ ବିବାଦ। ଏହା ଭିତରେ ଏ ପ୍ରସଙ୍ଗରେ ବୟାନ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେ ନାହିଁ, ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି । ଏଥିସହ ଏଥର ଓଡ଼ିଶାରେ ଡବଲଇଞ୍ଜିନ ସରକାର ନେଇ ପ୍ରଧାନମନ୍ତ୍ରୀଙ୍କ ଦମ୍ଭୋକ୍ତିକୁ ଦୋହରାଇଛନ୍ତି ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାବାସୀଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିଶ୍ବସନୀୟତା ଏଥର ରାଜ୍ୟର ବିଧାନସଭା ଓ ଲୋକସଭା ଭୋଟରେ ପ୍ରତିଫଳିତ ହେବ ।
ଏବେ ପ୍ରଶ୍ନ ଉଠୁଛି ବିଜେଡିରେ ସମ୍ଭାବ୍ୟ ବିଭାଜନକୁ ନେଇ ଭୟଭୀତ କି ଭି.କେ ପାଣ୍ଡିଆନ୍। ମହାରାଷ୍ଟ୍ର ମଧ୍ୟପ୍ରଦେଶର ପରି ସଂଖ୍ୟା ଥାଇ ବି ସରକାର ଭୂଷୁଡ଼ିବା ଆଶଙ୍କା ଘାରିଛି କି ବିଜେଡିର ଷ୍ଟାର ପ୍ରଚାରକ ନମ୍ବର ଟୁ ଙ୍କୁ। ବରାଦିଆ ସାମ୍ବାଦିକ ସମ୍ମିଳନୀରେ ଏନେଇ ନିଜ ମନରେ ଥିବା ଛନକା ପ୍ରକାଶ କରିଦେଲେ ଭି.କେ ପାଣ୍ଡିଆନ୍।
ଅଧିକ ପଢନ୍ତୁ : ପାହାନ୍ତିଆରୁ ପାଣ୍ଡିଆନଙ୍କ ମିଛ
ଦଳ ଦୁଇ ଫାଳ ହୋଇଗଲେ ପଛପଟୁଆ କ୍ଷମତା ଦଖଲ ରଣନୀତି ଫେଲ ହୋଇଯିବା ଡରରେ କି ଗୁମାସ୍ତା। ଡରୁଆକୁ ଆହୁରି ଡରାଇଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। କହିଛନ୍ତି ବିଜେଡିରେ ଅଛନ୍ତି ଏକାଧିକ ଏକନାଥ ସିନ୍ଦେ। ବିଜେଡିରେ ସମସ୍ତେ ନୁହନ୍ତି କ୍ରୀତଦାସ। ଶାସକ ଦଳର ବହୁ ସିନ୍ଦେ ଏବେଠୁ ବିଜେପି ସହ ସମ୍ପର୍କରେ।
ସମୀରଙ୍କ ସହ ତାଳ ଦେଇଛନ୍ତି ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ କରିଛନ୍ତି ପରାଜିତ ଭୟରେ ବିଳିବିଳାଉଛି ବିଜେଡି। ଗୋଟେପଟେ ଦୁଇ ତୃତୀୟାଂଶ ଆସନ ଜିତିବାର ଆସ୍ଫାଳନ କରୁଥିବା ପାଣ୍ଡିଆନ୍ ଅନ୍ୟପଟେ ବିଜେପି 50 ଆସନ ଜିତି ବିଜେଡିକୁ ଭାଙ୍ଗି ସରକାର ଗଠନ କରିବା କଥା କହୁଛନ୍ତି। ଏପରି ବୟାନ ବିଜେଡି ନମ୍ବର ଟୁ ନେତାଙ୍କର ମୁହଁ ଇସ୍ପାତ ଅବସ୍ଥାକୁ ଧରାପକାଇଦେଇଛି।
ଭୁବନେଶ୍ୱର: ନିର୍ବାଚନ ସମୟରେ ନ୍ୟାୟ ପାଇଁ ରାଜାଘର ବୋହୂର ନିବେଦନ । ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗରେ ପୂର୍ବରୁ ଡେରାଡୁନ ପୋଲିସ ପାଖରେ ଅଭିଯୋଗ କରିଥିଲେ ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂହଦେଓ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ଅଦ୍ରିଜାଙ୍କ ସିଧା ପ୍ରଶ୍ନ । ମୋ ନିର୍ଯାତନା ଜାଣି କିଭଳି ପରିବାରକୁ ଟିକେଟ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ଅଦ୍ରିଜା । ବିଜେଡିର ପୂର୍ବତନ ନେତା ତଥା ପୂର୍ବତନ ମନ୍ତ୍ରୀ ଥିବା ରଘୁ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ତାଙ୍କ ବୋହୂ ବର୍ଷା ସୋନୀ । ଅଭିଯୋଗ ପରେ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ ରଘୁ ମହାନ୍ତି । ସେତେବେଳେ ଅଭିଯୋଗ ମାତ୍ରେ ଆକ୍ସନ ନେଉଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏବେ ଦଳରେ କଣ ଚାଲୁଛି ସେ ଖବର ଅଛି ତ ମୁଖ୍ୟମନ୍ତ୍ରୀଙ୍କ ପାଖରେ । ମହିଳାଙ୍କୁ ନ୍ୟାୟ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜା ସିଂହଦେଓ ପ୍ରେସମିଟ୍ କରି ପ୍ରଶ୍ନ କରିଛନ୍ତି ।
ରାଜ ପରିବାରର ବୋହୂ ଅଦ୍ରିଜା । ଅର୍କେଶ ସିଂଦେଓଙ୍କ ପତ୍ନୀ । ପୂର୍ବରୁ ଅଦ୍ରିଜା ନିଜ ସ୍ବାମୀ ଅର୍କେଶ ନାରାୟଣ ସିଂଦେଓ, ଶ୍ବଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ଓ ଦେଢଶୂର କଳିକେଶ ସିଂହଦେଓଙ୍କ ନାଁରେ ଯୌତୁକ ନିର୍ଯାତନା ଓ ମାରପିଟ୍ ନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ବିଜେଡିର ହେଭିୱେଟ୍ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁଣ୍ଠାବୋଧ କରୁଥିଲା ପୋଲିସ । ଏବେ ପ୍ରଥମ ଥର ପାଇଁ ପ୍ରେସମିଟ୍ କରିଛନ୍ତି ଅଦ୍ରିଜା । ସେ କହିଛନ୍ତି, ମୁଁ କୌଣସି ଦଳ ପାଇଁ ଆସିନି, ମୋତେ ନ୍ୟାୟ ମିଳୁ । ଯଦି ମୋତେ ନ୍ୟାୟ ମିଳୁନି, ଅନ୍ୟମାନଙ୍କ ଅବସ୍ଥା କ'ଣ ଥିବ ବୋଲି ସେ କହିଛନ୍ତି । ବାଲାଙ୍ଗିର ବୁଲି ନିଜ ନିର୍ଯାତନା କାହାଣୀ ଲୋକମାନଙ୍କୁ କହିବେ ବୋଲି କହିଛନ୍ତି ଅଦ୍ରିଜା ମଞ୍ଜରୀ । ମୁଖ୍ୟମନ୍ତ୍ରୀଙ୍କ ହାତରେ ନାହିଁ କି ଆଉ ବିଜେଡି କଣ୍ଟ୍ରୋଲ । ମହିଳା ସମ୍ମାନ କଥା କହୁଥିବା ବିଜେଡିରେ ଏ କି ପ୍ରକାର ବିଚାର । ଯାହାକୁ ନେଇ ବିରୋଧୀ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇଥିବା ବେଳେ, ମୁଖ୍ୟମନ୍ତ୍ରୀ ଭିଡିଓରେ ଆଉ ଗୁମାସ୍ତା ହାତରେ ରିମୋର୍ଟ ବୋଲି ଯାହା କୁହାଯାଉଥିଲା, ତାହା ଏବେ ସତ ହେବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର