କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଏବେ ବିଧାନସଭା ନିର୍ବାଚନ ହେଉଛି । ନିର୍ବାଚନରେ କେମିତି ବିଜୟ ହେବେ ସେନେଇ ପ୍ରତି ଦଳ ପକ୍ଷରୁ ରଣନୀତି କରାଯାଇଛି, ପ୍ରଚାର ବି କରାଯାଉଛି । ଏହାରି ଭିତରେ ସବୁ ଦଳର ନେତା ନିଜର ନିର୍ବାଚନି ହିସ୍ତାହର ବି ଦେଇଛନ୍ତି । ଏହି ଭିତିରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କାଶ୍ମୀର ଗସ୍ତ କରିଥିଲେ ଏବଂ ଦଳୀୟ ନେତାଙ୍କ ପାଇଁ ପ୍ରଚାର ବି କରିଥିଲେ । ହେଲେ ପ୍ରଚାର କରିବା ସମୟରେ ହିଁ ସେ ଅସୁସ୍ଥ ହୋଇ ପଡିଲେ । ସୂଚନା ଅନୁସାରେ, ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାର ଜସ୍ରୋତା ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ କରିବା ବେଳେ ଖଡ଼ଗେ ଅସୁସ୍ଥ ହୋଇପଡ଼ିଥିଲେ । ଡାକ୍ତରୀ ସହାୟତା ପାଇ ସୁସ୍ଥ ହେବା ପରେ ଉକ୍ତ ରାଲିକୁ ସମ୍ବୋଧିତ କରି ଖଡଗେ କହିଥିଲେ, କେମିତି କଂଗ୍ରେସ କ୍ଷମତାକୁ ଫେରିବ ତାହାକୁ ଅପେକ୍ଷା ରହିଛି । ଚିକିତ୍ସା ପରେ ଖଡଗେଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । କଥା ହେଲା ଆସନ୍ତାକାଲି ଜମ୍ମୁରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଗତକାଲି ବହୁ ହେଭିୱେଟ୍ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ।
କାଶ୍ମୀରକୁ ନେଇ ପୁରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଖାସ କରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । ଜମ୍ମୁ ବିଧାନସଭାରେ ବିଜେପି ଜିତିଲେ ପିଓକେ ଭାରତରେ ହିଁ ମିଶିବ । ଯେହେତୁ ପିଓକେକୁ ନେଇ ବର୍ଷବର୍ଷ ଧରି ବିବାଦ ରହିଛି ତେଣୁ ନିର୍ବାଚନ ରାଲିରେ ଯୋଗୀ ଦେଇଥିବା ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଜମ୍ମୁକାଶ୍ମୀରର ରାମଗଡରେ ବିଜେପି ପ୍ରାର୍ଥୀଙ୍କ ପାଇଁ ରାଲି କରୁଥିବା ବେଳେ ଯୋଗୀ କହିଥିଲେ, ବିଜେପି କ୍ଷମତାକୁ ଫେରିଲେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଜମ୍ମୁକଶ୍ମୀରର ଏକ ଅଂଶ ହେବ ବୋଲି ଯୋଗୀ କହିଥିଲେ । ଆଉ ଏପଟେ ଗତକାଲି ଖଡଗେଙ୍କ ବୟାନ ବି ବେଶ ଚର୍ଚ୍ଚାରେ ।