ଅମୃତ ଉତ୍ସବରେ କର୍ତ୍ତବ୍ୟପଥରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି । ଗମ୍ଭୀର ସଙ୍କଟ ସତ୍ତ୍ବେ ଭାରତ ବିକଶିତ ଭାରତ ଧାରାରେ ଆଗକୁ ବଢୁଛି । ଭାରତ ହେଉଛି ପ୍ରଥମ ଦେଶ, ଯିଏ ଚନ୍ଦ୍ରର ସାଉଥ ପୋଲରେ ପ୍ରଥମେ ପହଞ୍ଚିଛି । G-20 ରେ ଭାରତର ଗୌରବ ବଢିଛି । asian gamesରେ ୧୦୦ରୁ ଅଧିକ ମେଡାଲ ଜିତିଛି ଭାରତ । ଦେଶକୁ ଅଟଳ ସେତୁ, ଅମୃତ ଭାରତ ଟ୍ରେନ ମିଳିଛି । 5Gରେ ଭାରତ ଦ୍ରୁତ ଗତିରେ ବଢୁଛି । ଲକ୍ଷାଧିକ ଯୁବକଙ୍କୁ ସରକାରୀ ଚାକିରି ପ୍ରଦାନ କରିଛି ଏ ସରକାର । ସେହିପରି ୧୨ ମାସରେ ଅନେକ ମହତ୍ତ୍ବପୂର୍ଣ୍ଣ କାନୁନ ଆସିଛି । ନାରୀ ଶକ୍ତି ବନ୍ଧନ ଅଧିନିୟମ ପାରିତ ।
ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଭାଗିଦାରୀ ବଢିବ ବୋଲି କହିଛନ୍ତି ରାଷ୍ଟ୍ରପତି । ଦଣ୍ଡ ନୁହେଁ ନ୍ୟାୟକୁ ପ୍ରାଥମିକତା ଦିଆଯାଇଛି । ଜାମ୍ମୁକାଶ୍ମୀରରୁ ୩୭୦ ହଟାଇବା ଇତିହାସ ବନିଛି । ୨୦୧୪-୧୫ରେ ୨୦୦୦ ଇଲେକ୍ଟ୍ରି ଯାନ ବିକ୍ରି ହେଉଥିଲା, ଏବେ ୧୫ ଲକ୍ଷ ଏଲେକକ୍ଟ୍ରି ଯାନ ବିକ୍ରି ହେଉଛି । ସେହିପରି ରାମ ମନ୍ଦିର ଆକାଂକ୍ଷାକୁ ପୂରଣ କରିଛି ବୋଲି କହିଛନ୍ତି ରାଷ୍ଟ୍ରପତି । ଆଉ ୫ ବର୍ଷ ପାଇଁ ମାଗଣା ରାସନ ମିଳିବ । ଆୟୁଷ୍ମାନ ଭାରତରେ ୫୩ କୋଟି ଭାରତୀୟଙ୍କ ଆଇଡି ବନିଛି ।