ଏ ବିଜୟ ବିକଶିତ ବାରତର ଲକ୍ଷ୍ୟ ପାଇଁ ଉଦ୍ଧିଷ୍ଟ । ନାରୀ ଶକ୍ତି, ଯୁବ ଶକ୍ତି,ଗରିବଙ୍କ ବିକାଶ ଜରୁରୀ । ଯେତେବଳେ ନାରୀ ଶକ୍ତି ସୁରକ୍ଷା ଦେବେ କେହି ରୋକିପାରିବେନି । ଯୁବ ଶକ୍ତି ଜାଣିଛନ୍ତି ବିଜେପି ହିଁ ବିକାଶ କରିପାରିବ । ଜବଲ ଇଞ୍ଜିନ ସରକାର ଦ୍ୱାରା ବିକାଶ ସମ୍ଭବ ।
ଦେଶରେ 4 ଜାତିର ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ । ମଧ୍ୟପ୍ରଦେଶବାସୀ ଜାଣିଛନ୍ତି ବିଜେପିର କେହି ବିକଳ୍ପ ନାହାନ୍ତି । ତେଲେଙ୍ଗାନାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ, କମ୍ କରାଯାଇ ପାରିବନି । ଲୋକେ ବୁଝିଲେଣି ସ୍ଥିର ସରକାର ଦ୍ୱାରା ହିଁ ବିକାଶ ସମ୍ଭବ ।
ଗେରୁଆମୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ । ମଧ୍ୟପ୍ରଦେଶରେ ବିଜେପିର ସୁନାମି ପରେ ଇଏ ବିଜୟ ଉତ୍ସବ । ଡେସେମ୍ବର 3 ବିଜେପି ପାଇଁ ଐତିହାସିକ ଦିନ । କାରଣ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ଡବଲଇଞ୍ଜିନକୁ ବାଛିଛନ୍ତି ଜନତା । ଜୟପୁରରୁ ରାୟପୁର , ଭୋପାଲରୁ ରାଜଧାନୀ ଦିଲ୍ଲୀ... ସବୁଠି ବିଜେପିର ସେଲିବ୍ରେସନ୍ । ଦଳୀୟ କାର୍ଯ୍ୟାଳୟରେ ଆଜି ହୋଲି, ଦୀପାବଳୀ ସବୁ କିଛି ପାଳନ କରିଛନ୍ତି ବିଜେପି କର୍ମୀ ।