ସେହିପରି ସାମ୍ପ୍ରତିକ ସମସ୍ୟା ସହ ୪ ଦେଶର ମଧ୍ୟରେ ସହଯୋଗ ପ୍ରସଙ୍ଗରେ ବି ଆଲୋଚନା ହୋଇଛି । ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧତା ପାଇଁ କାର୍ଯ୍ୟ କରୁଥିବା ସମାନ ଦେଶ ଗୁଡିକର ଏକ ଅଗ୍ରଣୀ ଗୋଷ୍ଠୀ ଭାବରେ ଏହି ଫୋରମ ଉଭା ହୋଇଛି । ରାଷ୍ଟ୍ରପତି ବାଇଡେନଙ୍କ ସହ ମୋର ସାକ୍ଷାତ ଆମ ଲୋକ ତଥା ବିଶ୍ବର କଲ୍ୟାଣ ପାଇଁ ଭାରତ-ଆମେରିକାର ବିସ୍ତୃତ ଗ୍ଲୋବାଲ ଷ୍ଟ୍ରାଟେଜିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ନୂତନ ପଥ ସମୀକ୍ଷା ଏବଂ ଚିହ୍ନଟ କରିବାକୁ ଅନୁମତି ଦେବ ବୋଲି ଏ ଅବସରରେ ପିଏମ୍ ମୋଦି କହିଛନ୍ତି । ପୂର୍ବାପେକ୍ଷା ଭାରତ ସହ ଆମେରିକାର ସମ୍ପର୍କ ଅଧିକ ଶକ୍ତିଶାଳୀ, ନିକଟତର ଓ ଗତିଶୀଳ ହୋଇଛି । ଇତିହାସରେ ଯେ କୌଣସି ସମୟ ଅପେକ୍ଷା ବର୍ତ୍ତମାନ ସ୍ଥିତିରେ ଏହି ସମ୍ପର୍କ ଅତି ନିବିଡ଼ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।
ଅଧିକ ପଢ଼ନ୍ତୁ ବିଦେଶ ଖବର: