ଆଜି ସକାଳୁ ବରିଷ୍ଠ ଶିଳ୍ପପତି ରତନ ଟାଟା ଅସୁସ୍ଥ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ବିଗିଡାବରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା । ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ଖୋଦ ରତନ ଟାଟା । ସେ ସଂପୂର୍ଣ୍ଣ ସୁସ୍ଥ ଥିବା ନେଇ ସୋସିଆଲ ମିଡିଆରେ ଏକ୍ସରେ ସୂଚନା ଦେଇଛନ୍ତି । ମୋ ପାଇଁ ସମସ୍ତେ ଚିନ୍ତା କରିଥିବାରୁ ଧନ୍ୟବାଦ । କିନ୍ତୁ ମୁଁ ଭଲ ଅଛି । ଏଭଳି ଖବରରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ରତନ ଟାଟା ।
Thank you for thinking of me 🤍 pic.twitter.com/MICi6zVH99 — Ratan N. Tata (@RNTata2000) October 7, 2024