ଘର
ଭାରତ
ଧାରା ୩୭୦ ଉଚ୍ଛେଦ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ
ଧାରା ୩୭୦ ଉଚ୍ଛେଦ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ
by Banajyotshna Ray
ଅର୍ଗସ ବ୍ୟୁରୋ: ସମ୍ବିଧାନର ଧାରା 370 ପରିବର୍ତନ କରି ଜାମ୍ମୁ କାଶ୍ମୀରରେ ସ୍ଵତନ୍ତ୍ର ମାନ୍ୟତା ହଟାଇବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଜାମ୍ମୁ କାଶ୍ମୀରରେ ସାମ୍ବିଧାନିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଓ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଜାମୁକାଶ୍ମୀର ଓ ଲଦାଖରେ ପରିଣତ କରିଥିବା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରୁଥିବା ପିଟିସନ ଉପରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।
16 ଦିନର ଶୁଣାଣି ପରେ ସେପ୍ଟେମ୍ବର ୫ରେ ସୁପ୍ରିକୋର୍ଟ ନିଜର ରାୟ ସଂରକ୍ଷଣ ରଖିଥିଲେ । ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ କୋର୍ଟର ଅନ୍ୟ ୪ ବିଚାରପତି ଜଷ୍ଟିସ ଏସ.କେ କୌଲ, ଜଷ୍ଟିସ ସଂଜୀବ ଖାନା, ଜଷ୍ଟିସ ବି. ଆର ଗୱାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ରହିଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ । ଦେଶରେ ଦୁଇଟି ସମ୍ବିଧାନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ମତ ରଖିଥିଲେ।
ଅଧିକ ପଢ଼ନ୍ତୁ ଦେଶ ଖବର: