ସୁବର୍ଣ୍ଣପୁର: ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା । ଏନେଇ ସମସ୍ତ ଚାରି ଗ୍ରାମର ମହିଳା ଏକତ୍ରିତ ହୋଇ ଏକ ବୈଠକ କରିଛନ୍ତି । ଅଞ୍ଚଳରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯଦି କେହି ଅମାନ୍ୟ ହୋଇ ମଦ ବିକ୍ରି କରି ସ୍ଥିତି ଭୟା ଭୟ ହେବ ବୋଲି ସଂପୃକ୍ତ ମହିଳାମାନେ ବୈଠକ ରେ ନିଷ୍ପତ୍ତି ନେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡ଼ଗାଡ, କୁହିଦାଦର ଏବଂ ଦୂର୍ଜନତୈଲା ପଞ୍ଚାୟତର ଦାଦରପାଲି ଓ ମାଳିଦାଦର ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି । ଉପାନ୍ତ ଅଞ୍ଚଳ ଗୌଡ଼ଗାଡ ସମେତ ମାଳିଦାଦର, ଦାଦରପାଲି, କୁହିଦାଦରରେ ମହୁଲି ମଦ ପ୍ରସ୍ତୁତି ହେବା ସହିତ ମିଶ୍ରିତ ଦେଶୀ ବିଦେଶୀ ମଦ ବ୍ୟାପକ ପରିମାଣରେ ବିକ୍ରୀ ହେଉଛି । ମଦ୍ୟପମାନେ ଅନେକ ସମୟରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ରାସ୍ତା ଓ ଛକମାନଙ୍କରେ ଆଡ୍ଡା ଜମାଉଛନ୍ତି ।
ଫଳରେ ମହିଳା ଓ ଛାତ୍ରୀମାନେ ରାସ୍ତାରେ ଏକାକୀ ଯିବା ଆସିବା କରିପାରୁ ନ ଥିବା ଅଭିଯୋଗ ହୋଇଛି । ତେବେ ଗୌଡ଼ଗାଡ ଗ୍ରାମର ମହିଳା ମାନେ ପ୍ରଥମେ ଗ୍ରାମରେ ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଏହା ସହିତ ଯିଏ ମଦ ପିଇ ଗାଳି ଗୁଲଜ କରିବ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହା ଦେଖି ପୋଡସି ଗ୍ରାମର ମହିଳା ମାନେ ତାଙ୍କର ସହଯୋଗ ନେବା ସହିତ ଗୌଡ଼ଗାଡ ଗ୍ରାମରେ ଦାଦରପାଲି, ମାଳିଦାଦର, କୁହିଦାଦର ଓ ଗୌଡ଼ଗାଡ ଗ୍ରାମର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏକତ୍ରିତ ହୋଇ ଏକ ବୈଠକ କରିଥିଲେ । ସମସ୍ତେ ନିଜ ନିଜ ଗ୍ରାମରେ ମଦ ବିକ୍ରି ବନ୍ଦ କରିବାକୁ ଶପଥ ନେବା ସହିତ ସମସ୍ତେ ମାଳିଦାଦରରେ ବିକ୍ରି ହେଉଥିବା ଏକ ଢ଼ାବାକୁ ଯାଇ ମଦ ବିକ୍ରି ବନ୍ଦ କରିବାକୁ କହିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର