ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ୨୦୨୪ ନିର୍ବାଚନ ପାଇଁ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ଲୋକସଭା ନିର୍ବାଚନ ପାଇଁ ଆଜି ଘୋଷଣା ହୋଇପାରେ 100ରୁ 120 ପ୍ରାର୍ଥୀଙ୍କ ନାମ । ଏଥିରେ ମୋଦୀ, ଶାହା ଓ ରାଜନାଥଙ୍କ ଭଳି ହେଭିଓ୍ବେଟଙ୍କ ନା ରହିପାରେ ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ବିଜେପିରେ କେନ୍ଦ୍ରୀୟ ନିର୍ବାଚନ କମିଟିର ଆଜି ପ୍ରଥମ ବୈଠକ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବସିବ ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ୨୦୨୪ ନିର୍ବାଚନ ପାଇଁ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ଲୋକସଭା ନିର୍ବାଚନ ପାଇଁ ଆଜି ଘୋଷଣା ହୋଇପାରେ 100ରୁ 120 ପ୍ରାର୍ଥୀଙ୍କ ନାମ । ଏଥିରେ ମୋଦୀ, ଶାହା ଓ ରାଜନାଥଙ୍କ ଭଳି ହେଭିଓ୍ବେଟଙ୍କ ନା ରହିପାରେ ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଲଘୁଚାପ ଜନିତ ବର୍ଷା ଯୋଗୁଁ ବିପଦ ସଙ୍କେତ ଟପିଲା ଜଳକା ନଦୀ। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଥାନୀ ଠାରେ ନଦୀର ବିପଦ ସଙ୍କେତ 6.50 ମିଟର ରହିଥିବାବେଳେ ସକାଳ 7ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 6.68 ମିଟରରେ ପ୍ରବାହିତ ହେଉଛି । ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଯୋଗୁଁ ଗତ ଦୁଇଦିନ ଧରି ବାଲେଶ୍ବର ସମେତ ଜଳକା ନଦୀର ଉପରମୁଣ୍ତ ପଡୋଶୀ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି ।
ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ କ୍ରମଶଃ ବୃଦ୍ଧି ପାଉଛି ନଦୀର ଜଳସ୍ତର। ନଦୀର ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି। ଏକ ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ପଶିଥିବାବେଳେ 30ରୁ ଅଧିକ ଗାଁ ପାଣି ଘେରରେ ରହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଟଲିଉଡ ଇଣ୍ଡଷ୍ଟ୍ରିର ଫ୍ୟାନ ଫଲୋଇଙ୍ଗ ସବୁଠୁ ଅଧିକ। ସାଉଥ ଅଭିନେତା ଅଭିନେତ୍ରୀଙ୍କୁ ଫ୍ୟାନମାନେ ପୂଜା କରନ୍ତି। ସାଉଥ ସୁପରଷ୍ଟାର ଥଲାପତି ବିଜୟଙ୍କର କ୍ରେଜ କଥା ନ କହିବା ଭଲ। ବର୍ତ୍ତମାନ ତାଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳିଛି କି ସେ ଆଉ ଫିଲ୍ମରେ ନଜର ଆସିବେ ନାହିଁ । ଅଭିନେତା ଫିଲ୍ମ ଲାଇନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିନେତାଙ୍କ ପ୍ରଡକ୍ସନ୍ ହାଉସ୍ ନିଜେ ଏକ ଭିଡିଓ ରିଲିଜ୍ କରି ଏହା ଘୋଷଣା କରିଛି। ଏହି ଭିଡିଓରେ, ଥଲାପାତିଙ୍କ ଚଳଚ୍ଚିତ୍ର ଯାତ୍ରାର ଝଲକ ଦେଖାଯାଇଛି। ଯାହା ଦେଖିବା ପରେ ଫ୍ୟାନମାନେ କାନ୍ଦି ପକାଇଛନ୍ତି। କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ଯେତେବେଳେ ଥଲାପତିଙ୍କ ପ୍ରତ୍ୟେକ ଚଳଚ୍ଚିତ୍ର ସୁପରହିଟ୍ ଏବଂ ବ୍ଲକବଷ୍ଟର ବୋଲି ପ୍ରମାଣିତ ହେଉଛି, ତେବେ ସେ ହଠାତ୍ କାହିଁକି ଏହି ନିଷ୍ପତ୍ତି ନେଲେ?
ନିକଟରେ ଥଲାପତି ବିଜୟ ତାଙ୍କର ଶେଷ ଚଳଚ୍ଚିତ୍ର ଥଲାପତି ୬୯ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ରିଲିଜ ହେବା ପରେ ସୁପରଷ୍ଟାର ଇଣ୍ଡଷ୍ଟ୍ରିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।
ଚଳଚ୍ଚିତ୍ର GOAT ଗତ ସପ୍ତାହରେ ଥିଏଟରରେ ରିଲିଜ ହୋଇଥିଲା। ରିଲିଜ ହେବା ପରଠାରୁ ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ ସୃଷ୍ଟି କରୁଛି । ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୭୭ କୋଟିରୁ ଅଧିକ କଲେକ୍ସନ କରିଛି। ଥଲାପତି ବିଜୟଙ୍କ ଶେଷ ଫିଲ୍ମ 'ଥଲାପତି ୬୯' ଘୋଷଣା କରି ପ୍ରଡକ୍ସନ୍ ହାଉସ୍ କେଭିଏନ୍ ଦ୍ୱାରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରାଯାଇଛି।
ଏହି ପୋଷ୍ଟରରେ କ୍ୟାପସନରେ ସେୟାର କରାଯାଇଥିଲା, 'ଥଲାପତି ବିଜୟ ସାରଙ୍କ ପାଇଁ ପ୍ରେମ, ଆମେ ସମସ୍ତେ ଆପଣଙ୍କ ଚଳଚ୍ଚିତ୍ର ଦେଖିବାକି ବଡ ହୋଇଛୁ। ପ୍ରତ୍ୟେକ ପଥରେ ତୁମେ ଆମ ଜୀବନର ଏକ ଅଂଶ ହୋଇଛି । ଆମକୁ ୩୦ ବର୍ଷ ପାଇଁ ମନୋରଞ୍ଜନ କରିଥିବାରୁ ବହୁତ ଧନ୍ୟବାଦ । ପ୍ରଡକ୍ସନ୍ ହାଉସରୁ ଥଲାପତି ବିଜୟଙ୍କ ଚଳଚ୍ଚିତ୍ର ଯାତ୍ରାର ଏହି ୫ ମିନିଟର ଭିଡିଓରେ ଅଭିନେତାଙ୍କର ଆରମ୍ଭରୁ ପୁରା ଯାତ୍ରା ବିଷୟରେ ଝଲକ ଦେଖାଯାଇଛି । ଭିଡିଓ ଦେଖିବା ପରେ ଫ୍ୟାନମାନେ ଇମୋସନାଲ ହୋଇଯାଇଛନ୍ତି ଏବଂ ଭିଡିଓର କମେଣ୍ଟ ବକ୍ସରେ 'ମିସିଂ ୟୁ' କମେଣ୍ଟ ଦେଇ ଥଲାପତି ଦେଇ ନିଜର ପ୍ରେମ ଦେଖାଉଛନ୍ତି।
ହେଲେ ବିଜୟ କାହିଁକି ଏମିତି ନିଷ୍ପତ୍ତି ନେଲେ।
ଥଲାପତି ବିଜୟ ଫିଲ୍ମରୁ ଦୂରେଇ ଯାଇ ତାଙ୍କ ରାଜନୈତିକ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଦେଶରେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ଅଭିନେତା ନିଜର ଏକ ଦଳ ତାମିଜାଗା ଭେଟ୍ରି କାଜଗାମ(TVK) ଗଠନ କରିଥିଲେ। ନିକଟରେ ସେ ପାର୍ଟି ପାଇଁ ଫ୍ଲାଗ ମଧ୍ୟ ଲଞ୍ଚ କରିଥିଲେ। ପାର୍ଟି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରୁଥିବାବେଳେ ବିଜୟ ସରକାରୀ ଦଳର ସଂଗୀତ ମଧ୍ୟ ପ୍ରକାଶ କରିଥିଲେ। ତାଙ୍କ ଦଳ ୨୦୨୬ରେ ବିଧାନସଭା ନିର୍ବାଚନରେ ଭାଗ ନେବେ। ବିଜୟ କହିଛନ୍ତି ଖୁବଶୀଘ୍ର ତାମିଲନାଡ଼ୁରେ ରିଭୋଲ୍ୟୁସନ ହେବ। ଥଲାପତି ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ତେବେ ବିଜୟ ନିର୍ବାଚନ ଜିତିବେ ବୋଲି ଫ୍ୟାନମାନେ ବେଶ ଆଶାବାଦୀ ଅଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ସମୟର ବହୁତ ପରିବର୍ତ୍ତନ ଘଟିଛି। ଏବେ ଆମେ AI ଯୁଗରେ ପ୍ରବେଶ କରିଛୁ। ଆଇଫୋନ କିଣିବାକୁ ସମସ୍ତଙ୍କର ଆଗ୍ରହ ଥାଏ। ଏବେ ସବୁ ଫୋନରେ ଫିଚର୍ସ ରହୁଛି। ଆଉ ଭାରତୀୟ ବଜାରରେ ଏବେ iPhone 16 ଓ iPhone 16 Plus ଲଞ୍ଚ ହୋଇଛି। ଏଥିସହ କମ୍ପାନୀ iPhone 16 ପ୍ରୋ ଓ ଆପଲ ୱାଚ ସିରିଜ ୧୦ବି ଲଞ୍ଚ କରିଛି। ଆପଲ୍ କମ୍ପାନୀ ଆଇଫୋନ ୧୬ର ୪ଟି ମଡେଲ୍ ଲଞ୍ଚ କରିଛି । ଯାହା ଭାରତ ସମେତ ଚୀନ, ଆମେରିକା ଆଦିରେ ମଧ୍ୟ ଲଞ୍ଚ କରାଯାଇଛି। ତେବେ ନୂଆ iPhone 16 ମଡେଲ ସମ୍ପୂର୍ଣ୍ଣ ନୂଆ A18 ଚିପ ସେଟ ଭଳି କାମ କରିବ। ଆଇଫୋନ 16 ଲଞ୍ଚ କରିଥିଲେ ମଧ୍ୟ ଏହାର ଫିଚର୍ସ ସେତେ attract ଲୋକଙ୍କୁ କରୁ ନ ଥିବାବେଳେ ଏବେ ମାର୍କେଟରେ ଆଇଫୋନ ଡାଉନଫଲ କରୁଛି।
ଏଥିରେ ନୂଆ ଫିଚର ବଟନ ମଧ୍ୟ ସାମିଲ କରାଯାଇଛି। କିନ୍ତୁ ଏହା ଦେଖିବାକୁ ପୁରା ଆଇଫୋନର ପୁରୁଣା ମଡେଲ ଭଳି।
ଏହାର ନୂଆ ସିରିଜ (AI) ଏବଂ chat gpt ସହ ଇଣ୍ଟିଗ୍ରେଟ୍ କରିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ଏହାର ସମ୍ପୂର୍ଣ୍ଣ ବିଶେଷତାଗୁଡିକ ଆଗାମୀ ବର୍ଷ ପର୍ଯ୍ୟନ୍ତ ପୂର୍ଣ୍ଣ ଭାବରେ ଉପଲବ୍ଧ ହେବ ନାହିଁ ବୋଲି ଜଣାପଡ଼ିଛି। ଯେଉଁଥିପାଇଁ କଷ୍ଟମର ଖପ୍ପା ଅଛନ୍ତି। କାରଣ ସାମସଙ୍ଗ ଏବଂ ଗୁଗଲ ଫୋନ already done the AI game. ସାମସଙ୍ଗ flip and fold ଫୋନକୁ ଲୋକ ବେଶ ପ୍ରଶଂସା କରୁଛନ୍ତି। ସାମସଙ୍ଗ ଫୋନ ନେବାକୁ ୩ ମିଲିୟନ ଲୋକ order କରିସାରିଛନ୍ତି। ତେବେ ଏଠି ପଏଣ୍ଟ ହେଉଛି apple କଣ ଏବେ ତାର କଷ୍ଟମର୍ସଙ୍କୁ ଖୁସି କରିପାରିବ।
ସାମସଙ୍ଗର ମାର୍କେଟ ଶେୟାର ୨୦.୮% ଥିବାବେଳେ ଆପଲର ମାର୍କେଟ ଶେୟାର ୧୭.୩% ରହିଛି। ମାନେ iPhone ବିକ୍ରି ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଗତବର୍ଷ ତୁଳନାରେ 10% କମିଛି।
ସେପଟେ ଆପଲ ଆଇଫୋନ 16 ସିରିଜର ଲଞ୍ଚ ତାରିଖ ପରିବର୍ତ୍ତନ ହୋଇଥିଲା। ତେବେ ପରିବର୍ତ୍ତନ କରିବାର ଆଉ ଏକ କାରଣ ଅଛି । ବାସ୍ତବରେ, ଆମେରିକାର ପ୍ରଥମ ରାଷ୍ଟ୍ରପତି ବିତର୍କ ସେପ୍ଟେମ୍ବର ୧୦ରେ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି, ଯାହା କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବ । ଏଭଳି ପରିସ୍ଥିତିରେ ଆପଲ ଲଞ୍ଚ ଇଭେଣ୍ଟ କମ ମିଡିଆ କଭରେଜ ପାଇଥାନ୍ତା। ସେଥିପାଇଁ ଲଞ୍ଚରେ ପରିବର୍ତ୍ତନ ହୋଇଥିଲା।
ଅନ୍ୟପକ୍ଷେ ଆପଲ ଆଇଫୋନ 16ର ୧୨୮ ଜିବି ବେସ୍ର ଦାମ ପ୍ରାୟ ୬୭ହଜାର ଟଙ୍କା ରହିଛି। ସେହିପରି ୨୫୬ ଜିବି ଓ ୫୧୨ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟ ବି ପ୍ରଦର୍ଶିତ କରିଛି। iPhone 16 Plusର ବେସ ୧୨୮ଜିବି ଭାରିଆଣ୍ଟର ଦାମ ୭୫.୫୦୦ଟଙ୍କାରୁ ଆରମ୍ଭ ହେଉଛି। ଏହାକୁ ଭି ବେନିଲା ମଡେଲ ସହ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ଉପଲବ୍ଧ ରହିଛି। ଏହି ନୂଆ ମଡେଲକୁ ଆସନ୍ତା ୧୩ ସେପ୍ଟେମ୍ବରରୁ ଆଗୁଆ ଅର୍ଡର କରିପାରିବେ ଯାହାର ସେଲ ୨୦ ସେପ୍ଟେମ୍ବରୁ ଆରମ୍ଭ ହେବ।
ଆମେରିକାରେ ଆଇଫୋନ ୧୬ର ମାର୍କେଟ ଭାଲ୍ୟୁ ରହିଛି ୭୯୯ ଡଲାର। ଯାହା ଭାରତୀୟ ମୁଦ୍ରାରେ ୬୭ ହଜାର ଅଟେ । ସେହିପରି ଆଇଫୋନ ୧୬ ପ୍ଲସର ମୂଲ୍ୟ ରହିଛି ୮୯୯ ଡଲାର ଅର୍ଥାତ ୭୫ ହଜାର ୫୦୦। ଆଇଫୋନ ୧୬ ପ୍ରୋ ର ୧୨୮ ଜିବି ପାଇଁ ମୂଲ୍ୟ ରହିଛି ୯୯୯ ଡଲାର ଅର୍ଥାତ ୮୩ ହଜାର ୮୭୦ । ଏବଂ ଆଇଫୋନ ୧୬ ପ୍ରୋ ମାକ୍ସ ୨୫୬ ଜିବି ପାଇଁ ମୂଲ୍ୟ ରହିଛି ୧ ଲକ୍ଷ ।
ଆମେରିକା ତୁଳନାରେ ଭାରତରେ ମହଙ୍ଗା ରହିଛି ଆଇଫୋନ ୧୬ । ଭାରତରେ ଆଇଫୋନ ୧୬ର ମୂଲ୍ୟ ରହିଛି ୭୯ ହଜାର ୯୦୦। ଆଇଫୋନ ୧୬ ପ୍ଲସର ମୂଲ୍ୟ ରହିଛି ୮୯ ହଜାର ୯୦୦। ସେହିପରି ଆଇଫୋନ ୧୬ ପ୍ରୋର ମୂଲ୍ୟ ରହିଛି ଏକ ଲକ୍ଷ ୧୯ ହଜାର ୯୦୦ । ଆଇଫୋନ ୧୬ ପ୍ରୋ ମାକ୍ସର ମୂଲ୍ୟ ରହିଛି ଏକ ଲକ୍ଷ ୪୪ ହଜାର ୯୦୦।
ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର