Videos
|
National

୯ବର୍ଷୀୟ ନାବାଳିକାଙ୍କୁ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ କଲା ଶିକ୍ଷକ

Ritu Das
Browse all articles by Ritu Das
·2 years ago·1 min read
୯ବର୍ଷୀୟ ନାବାଳିକାଙ୍କୁ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ କଲା ଶିକ୍ଷକ

ଅର୍ଗସ ବ୍ୟୁରୋ: ଗୁରୁ ଶିଷ୍ୟ ସମ୍ପର୍କରେ ପୁଣି କଳଙ୍କର ଛିଟା। ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ଜଣେ ଶିକ୍ଷକ ତାଙ୍କ ପେଶାକୁ ବଦନାମ କରିଛନ୍ତି। ଶିକ୍ଷକ ଜଣକ ଏଭଳି ଘୃଣ୍ୟ କାର୍ଯ୍ୟ କରିଛନ୍ତି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଶିକ୍ଷକ ଜଣକ ଜଣେ ୯ବର୍ଷୀୟ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବାରୁ ପୋଲିସ ଉକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ପୋଲିସ ଶିକ୍ଷକଙ୍କ ନାଁରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ସମାଜର ସ୍ତର ଦିନକୁ ଦିନ ଖରାପ ଆଡ଼କୁ ଗତି କରିବାରେ ଲାଗିଛି। ଆମେ ମହିଳାମାନଙ୍କୁ ସଶକ୍ତିକରଣର ନାରା ସିନା ଦେଉଛେ। କିନ୍ତୁ ଏହି ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି।

ଲାତେହାର ଜିଲ୍ଲାର ପୋଲିସ ଉପଅଧୀକ୍ଷକ ହିମାଂଶୁ ଚନ୍ଦ୍ର ମାଝୀ ଏହି ଘଟଣାର ସୂଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତ ଶିକ୍ଷକଙ୍କ ବୟସ ୨୦ ବର୍ଷ ହେବ। ଲାତେହାର ଥାନା ଅଞ୍ଚଳର ଜଣେ ନାବଳିକା ଝିଅଙ୍କୁ ସମ୍ପୃକ୍ତ ଶିକ୍ଷକ ଜଣକ ଟ୍ୟୁସନ କରିବାକୁ ତାଙ୍କ ଘରକୁ ଯାଉଥିଲେ। ପୋଲିସଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ଶିକ୍ଷକ ସୋମବାର ଦିନ ଉକ୍ତ ନାବାଳିକାଙ୍କୁ କୌଣସି ଲୋଭ ଦେଖାଇ ଜଙ୍ଗଲକୁ ନେଇଯାଇ ଦୁଷ୍କର୍ମ କରିଥିଲେ। 

ଦୁଷ୍କର୍ମ କରିବାପରେ ଉକ୍ତ ନାବାଳିକାଙ୍କୁ ତାଙ୍କ ଘରକୁ ନେଇଯାଇଥିଲେ। କିନ୍ତୁ ସେତବେଳକୁ ନାବାଳିକାଙ୍କ ପରିବାର ଲୋକ ତାଙ୍କୁ ଚିନ୍ତିତ ହୋଇ ଖୋଜାଖୋଜି କରୁଥିଲେ। ନାବାଳିକା ଝିଅକୁ ଖୋଜି ଖୋଜି ସମ୍ପୃକ୍ତ ଟ୍ୟୁସନ ଶିକ୍ଷକଙ୍କ ଘରେ ତାଙ୍କ ଝିଅକୁ ପାଇଥିଲେ। ତା'ପରେ ତାଙ୍କ ଝିଅର ମୁହଁକୁ ଦେଖି କଣ ହୋଇଛି ବୋଲି ପଚାରିଥିଲେ। ପରେ ସେ ଘର ଲୋକଙ୍କୁ ସବୁ ସତ କଥା କହିଥିଲେ। ଏହାପରେ ପୋଲିସ ଆରୋପୀ ଶିକ୍ଷକଙ୍କୁ ମଙ୍ଗଳାବର ଗିରଫ କରିଛି। ପରେ ଉକ୍ତ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The teacher took the | Argus News